State

ନିୟମ ପାଇଁ ସରକାରୀ ସୁବିଧାରୁ ବଞ୍ଚିତ ନିରୀହ

 

ଦୀର୍ଘ ୧ମାସ ହେଲା ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପଡିଛି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ କୋଟସମଲାଇ ପଞ୍ଚାୟତର ଖୁଣ୍ଟୁଲାପାଲି ଗ୍ରାମରେ ଥିବା ଅଙ୍ଗୱାଡ଼ି କେନ୍ଦ୍ର (୨)ରେ ।ଏଠି ଦୀର୍ଘ ୧ମାସ ହେଲା ତାଲା ପଡ଼ିଥିଲେ ମଧ୍ୟ ଉକ୍ତ ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ କୌଣସି ଆନ୍ତରିକତା ନଥିବା ଦେଖିବାକୁ ମିଳିଛି । ଫଳରେ କୁନି କୁନି ପିଲା ମାନେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ପାରୁନାହାନ୍ତି ।ସରକାର କୋମଳମତି ଶିଶୁ ମାନଙ୍କ ବୌଦ୍ଧିକ ଓ ସୈଶିକ ଜ୍ଞାନ ଆହରଣ ସକାଶେ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ କରିଛନ୍ତି ।କିନ୍ତୁ ଏଠି ଗାଁ ଲୋକଙ୍କ କହିବା ଅନୁସାରେ,ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ କାର୍ଯ୍ୟରତ ପାଚିକା ଥିବା ହେଲପର ପଦବୀ କୁ ଗାଁ ଲୋକେ ସଭା ମଧ୍ୟମ ରେ ଚର୍ଚ୍ଚା କରି ଗାଁ ରେ ଥିବା କୌଣସି ନିରୀହ ଅସହାୟ ମହିଳାଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଉପରିସ୍ଥ ପ୍ରାଶାସନିକ ଅଧିକାରୀଙ୍କୁ ଗୁହାରୀ କରୁଥଲେ ଉପଯୁକ୍ତ ତଦନ୍ତ କରି ଗ୍ରାମବାସୀଙ୍କ ତରଫରୁ ଆସୁଥିବା ଅନୁରୋଧ ମୁତାବକ ସେହି କାର୍ଯ୍ୟ ଟିକୁ ବାସ୍ତବ ରୂପ ଦିଆ ଯାଉଥିଲା। ଏବେ ସରକାରଙ୍କ ନୂଆଁ ନିୟମ ଯୋଗୁଁ ଗ୍ରାମ ବାସୀଙ୍କ ଅନୁରୋଧ ର ଆଉ କିଛି ମୂଲ୍ୟ ନାହିଁ ବୋଲି ଗ୍ରାମ ବସୀ ଅଭିଯୋଗ କରିଛନ୍ତି। ଗ୍ରାମ ବାସୀଙ୍କ କହିବା ଅନୁସାରେ ସରକାର ବର୍ତ୍ତମାନ ଲାଗୁ କରି ଥିବା ନିୟମ ବଦଳରେ ପୂର୍ବ ପାରି ଗ୍ରାମ ସଭା ରୁ ସୁପାରିଶ ଉକ୍ତ ଗ୍ରାମର କୌଣସି ନିରୀହ ଅସହାୟ ମହିଳାଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରାଯାଉ ଅଥବାଦିର୍ଘ ଦୀନ ଧରି ତାଲା ପଡ଼ିଥିବା ଅଙ୍ଗନବାଡ଼ି କେନ୍ଦ୍ର ୨ କୁ ସବୁଦିନ ପାଇଁ ବନ୍ଦ୍ କରିଦେବା ପାଇଁ ଗ୍ରାମ ବାସୀ ପ୍ରଶାସନ ପାଖରେ ଅନୁରୋଧ କାରିଛନ୍ତି ।

 

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button