ସିଦ୍ଧଗିରି ଆଶ୍ରମ ରେ 5ଦିନ ବ୍ୟାପି ବିଶ୍ୱ ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ


ଛତିଆ ନିକଟସ୍ଥ ଗୋବିନ୍ଦ ପୁର ସ୍ଥିତ ସିଦ୍ଧଗିରି ଆଶ୍ରମ ରେ ଚଳିତ ମାସ 22ତାରିଖ ଠାରୁ 26ତାରିଖ ପର୍ଯ୍ୟନ୍ତ 5ଦିନ ବ୍ୟାପି ବିଶ୍ୱ ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହେଉଅଛି, ଆଶ୍ରମ ର ମହନ୍ତ ବାବାଜୀ ବିଶ୍ୱନାଥ ଦାସ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆଜି ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଥିଲା, dr ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସିଧଗିରିଭଗବତ ଗୀତା ସଂଘ ର ସଭାପତି କୌଶିକି ଜେନା ଧନ୍ୟବାଦ ଅର୍ପଣ କରିଥିଲେ, ସମ୍ପାଦକ ଦିଲୀପ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଭାରତ ମସଲା ପ୍ରୋପାଇଟର ସୁରେନ୍ଦ୍ର ପଣ୍ଡା dr ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବ୍ରହ୍ମା ନନ୍ଦ ସରସ୍ବତୀ ନୃସିଂହ ପୂଜାପଣ୍ଡା ଓ ବହୁ ସାଧୁ ସନ୍ଥ ଅତିଥି ଭାବରେ ମଂଚାସୀନ ହୋଇଥିଲେ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ଆଶ୍ରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା, ଛତିଆ ଅଂଚଳ ର ପ୍ରମେୟ ଖବର କାଗଜ ର ସାମ୍ବାଦିକ କାର୍ତିକ ଚନ୍ଦ୍ର ରାଉତ ଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା, ଅନୁଷ୍ଠିତ ଯଜ୍ଞ ରେ ଦିଲୀପ ରାଉତ ଓ ତାଙ୍କ ଧର୍ମ ପତ୍ନୀ ଦୁର୍ଗେଶ ନନ୍ଦିନୀ କର୍ତ୍ତା କର୍ତ୍ତୀ ଭାବରେ ଆହୁତି ପ୍ରଦାନ କରୁଥିବା ବେଳେ ପଣ୍ଡିତ ତରୁଣ ତପନ ତ୍ରିପାଠୀ ଓ ସାଥି ପଣ୍ଡିତ ମଣ୍ଡଳୀ ବେଦ ମନ୍ତ୍ର ପାଠ କରୁଛନ୍ତି, ଛତିଆ ସମାଜ ସେବୀ ସଂଗଠନ ଓ ଭାରତୀ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ 5ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇ ସେବା କାର୍ଯ୍ୟ ଜାରି ରହିଛି, ଆଜି ସନ୍ଧ୍ୟା ରେ ବିଶିଷ୍ଟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ୱାରା ଭକ୍ତି ସଂଗୀତ ପରିବେଷଣ କରାଯାଇଅଛି, ଏହି ଅବସର ରେ ଆଶ୍ରମ ର ମା ଙ୍କୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା, ଗୋବିନ୍ଦ ପୁର ମହିଳା ସଂକୀର୍ତନ ମଣ୍ଡଳୀ ପକ୍ଷରୁ ଦିବସ ବ୍ୟାପି ନାମ ସଂକୀର୍ତନ କରାଯାଉଅଛି,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,



