ଅନ୍ଧ ବିଶ୍ୱାସ ଓ କୁ ସଂସ୍କାର ବିରୁଦ୍ଧରେ ସଚେତନ ଶୋଭା ଯାତ୍ରା


ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଛତିଆ ରେ ଚାଲିଥିବା ଯୁବ ଓଡିଶା ନବୀନଡିଶା କାର୍ଯ୍ୟକ୍ରମ ପକ୍ଷରୁ ଆଜି ଅନ୍ଧ ବିଶ୍ୱାସ ଓ କୁ ସଂସ୍କାର ବିରୁଦ୍ଧରେ ଏକ ଜନସଚେତନା ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି, ଛାତ୍ର ଛାତ୍ରୀ ମାନେ କଲେଜ ରୁ ପଦଯାତ୍ରା ଆରମ୍ଭ କରି ଛତିଆ ବଜାର ପରିକ୍ରମା କରିଥିଲେ, ନୋଡାଲ ଅଫିସର ଅଧ୍ୟାପକ ଚକ୍ରଧର ନାୟକ ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ସମସ୍ତ ଛାତ୍ର ଛାତ୍ରୀ ହାତରେ ଫ୍ଲାଗ କାର୍ଡ ବ୍ୟାନର ଧରି ଡାକ ବାଜି ଯନ୍ତ୍ର ମାଧ୍ୟମରେ ସ୍ଲୋଗାନ ଦେଇ ଚାଲିଥିଲେ, ଛତିଆ ପଂଚାୟତ ଏକ ଡାଳିଆ ଗ୍ରାମ ସ୍ଥିତ ଏକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ପଥ ପ୍ରାନ୍ତ ସଭା ର ଆୟୋଜନ କରାଯାଇଥିଲା, ପ୍ରାକ୍ତନ ବ୍ଲକ ଅଧକ୍ଷ ଭାଗ୍ୟଧର ମଲିକ ମୁଖ୍ୟ ଅତିଥି ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଓ ଛତିଆ ସମିତି ସଭ୍ୟ ଦୀପକ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ସମାଜ କୁ ଦିଗଦର୍ଶନ ଦେଇଥିଲେ, ଅଧ୍ୟାପକ ସୋମ୍ୟ ରଞ୍ଜନ ସ୍ୱାଇଁ ଲଷ୍ମୀପ୍ରିୟା ମହାରଣା ଅଞ୍ଜଳି ମହାପାତ୍ର ଅର୍ପିତା ମହାନ୍ତି ମମତା ସାହୁ ମାମଲି ମହାରଣା ଲଷ୍ମୀପ୍ରିୟା ସାହୁ ମନୋଲିସା ମହାନ୍ତି କବିତା ସାହୁ ସ୍ବର୍ଣ୍ଣ ମୁଦ୍ରା ମିଶ୍ର ସରୋଜିନୀ ସ୍ୱାଇଁ କର୍ମଚାରୀ ବିଶ୍ୱଜିତ ଭଳ ଶରତ ପାଣିଗ୍ରାହୀ ଭରତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ଶ୍ରଦ୍ଧା ପ୍ରିୟ ଦର୍ଶିନୀ ଧନ୍ୟବାଦ ଅର୍ପଣ କରି ଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ, ସମର୍ଥ ନୀୟୁଜ୍




