State

ଖୁଣ୍ଟିଗୋରା, ନାରାୟଣପ୍ରସାଦ ଓଲମ୍ବସରୀ ମଣ୍ଡିରେ ଧାନ କ୍ରୟ ଶୁଭାରମ୍ଭ

କଣ୍ଟାମାଳ,୨୩।୧୨: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା, ନାରାୟଣପ୍ରସାଦ ଓ ଉମା ମଣ୍ଡିରେ ଶନିବାର ଧାନ କ୍ରୟର ଶୁଭାରମ୍ଭ ହୋଇଯାଇଛି।ଉମା ସେବା ସମବାୟ ସମିତି ଅଧିନରେ ଥିବା ଖୁଣ୍ଟିଗୋରା ମଣ୍ଡିରେ ଚଳିତ ବର୍ଷର ଖରିଫ ଧାନ କ୍ରୟ ଆରମ୍ଭ ହୋଇଛି l ଉଡେର ଗ୍ରାମର ଗୌନ୍ତିଆ ପିତାମ୍ବର ଭୋଇ ଯୋଗଦେଇ ନଡ଼ିଆ ବାଡେଇ ମଣ୍ଡି ଶୁଭାରମ୍ଭ କରିଥିଲେ l ପେକ୍ସ ସଭାପତି କାହ୍ନୁଚରଣ ରାଉତ, ସମ୍ପାଦକ ସନ୍ତୋଷ ରାଉତ, ସହ- ସମ୍ପାଦକ ଯୁଧିଷ୍ଠିର ରଣା, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି କାଲସେ, ଡିଇଓ ସମୀର ରାଉତ, ଆରଏମସି କର୍ମଚାରୀ ଶଶୀଭୁଷଣ ରଣା, ପେକ୍ସ କର୍ମଚାରୀ ପ୍ରଶାନ୍ତ କୁମ୍ଭାର ସହଯୋଗ କରିଥିଲେ l ବାଲାଜୀ ରାଇସ ମିଲର୍ସ ପକ୍ଷରୁ ଧାନ କ୍ରୟ କରାଯାଇଥିଲା l ୫ ଜଣ ଚାଷୀଙ୍କ ନିକଟରୁ ୧୮୪.୫୧ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଛି l ସମିତିର ନିର୍ଦ୍ଦେଶକ ଓ ଚାଷୀମାନେ ଉପସ୍ଥିତ ଥିଲେ l ସେହିପରି ନାରାୟଣପ୍ରସାଦର ପ୍ୟାକ୍ସ ସଭାପତି ବିନୋଦ କୁମାର ସାହୁଙ୍କ ଦ୍ଵାରା ଖରିଫ ଧାନକ୍ରୟ ପାଇଁ ମଣ୍ଡିର ଶୁଭାରମ୍ଭ କରିଥିଲେ।ତାଙ୍କ ସହ ସଂପାଦକ ଧମେନ୍ଦ୍ର ଗାଇଗୌରିଆ, କୃଷି ବିଭାଗର ଓଭରସିଅର ସସ୍ମିତା ବେହେରା , ପ୍ୟାକ୍ସର ନିର୍ଦ୍ଦେଶକ, ଚାଷି,ସମାଜସେବୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ ପ୍ୟାକ୍ସରେ ପ୍ରଥମ ଦିନରେ ଚାଷୀଙ୍କଠାରୁ ମୋଟ ୨୦୦କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି। ତଦ୍ଦ ସହିତ ଶନିବାର ଲମ୍ବସରୀ ପ୍ୟାକ୍ସରେ ମଧ୍ୟ ଧାନ କ୍ରୟ ହୋଇଛି। ପ୍ୟାକ୍ସ ସଭାପତି ବିଶ୍ଵନାଥ ନାଏକ ଓ ସଂପାଦକ ମୁରଲୀ ମହାକୁଡ଼ ଅନୁଷ୍ଠାନିକଭାବେ ମଣ୍ଡର ଶୁଭଉଦଘାଟନ କରିଥିଲେ।ଏହି ପ୍ୟାକ୍ସର ବାଳକୃଷ୍ଣ ଖମାରୀ, ସତ୍ୟନାରାୟଣ ଦନ୍ତା, ବିଶିକେସନ ମହାକୁଡ଼ଙ୍କ ସହିତ ସମସ୍ତ ନିର୍ଦ୍ଦେଶକ ଉପସ୍ଥିତିରେ ଚାଷିଙ୍କ ଠାରୁ ମୋଟ ୧୨୭.୬୦କ୍ବିଣ୍ଟାଲ ଧାନ କ୍ରୟ କରାଯାଇଅଛି। ସମସ୍ତ କାର୍ଯ୍ୟରେ ପ୍ୟାକ୍ସ କମିଚାରୀମାନେ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁକ

Related Articles

Back to top button