ତାରିଣୀ ସାମୁହିକ ଶିକ୍ଷାଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ


ଆଙ୍କର–//କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ହଳଦିଆ ଗଡା ନିକଟସ୍ଥ ଗରଜଙ୍ଗା ତାରିଣୀ ଗୃପ୍ ଅଫ୍ ଏଜୁକେଶନାଲ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତେବେ ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀବତ୍ସ ପଣ୍ଡାଙ୍କ ତତ୍ଵାବଧାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଏହି ବିଦ୍ୟାଳୟକୁ ପ୍ରଶଂସା କରିଥିଲେ।ବିଦ୍ୟାଳୟର ଉନ୍ନତି ପାଇଁ ସେ ସମସ୍ତ ସହଯୋଗ କରିବେ ବୋଲି କହିବା ସହ ଛାତ୍ର ଛାତ୍ରୀ,ମାନଙ୍କ ଉତ୍ତମ ଭବିଷ୍ୟତ କାମନା କରିଛନ୍ତି।ବାର୍ଷିକ ଉତ୍ସବରେ ସଂମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାର ଆଦର୍ଶ ଅଧ୍ୟାପକ ଡ଼ ଉମାକାନ୍ତ ଦାସ ବିଶିଷ୍ଟ ସାହିତ୍ୟିକା ଅପର୍ଣ୍ଣ ମହାନ୍ତି ଆମେରିକାର ସମାଜସେବୀ ଡ଼ ପ୍ରମୋଦ କୁମାର ମହାପାତ୍ର ଅତିଥିଭାବେ ଯୋଗ ଦେଇ ଉତ୍ତମ ଚରିତ୍ର ସାଙ୍ଗକୁ ଶିକ୍ଷାର ଉପକାରିତା ଉପରେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଜ୍ଞାନ ରଞ୍ଜନ କୁଣ୍ଡ ତାରିଣୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଗଗନ ମହାପାତ୍ର ସୂଚନା ଲୋକ ସମ୍ପର୍କ ଅଧିକାରୀ ସରୋଜ ପରିଡା ପ୍ରମୁଖ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।ସନ୍ଧ୍ୟାରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା।

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )




