Religion

ଘଣ୍ଟାପଡ଼ା ମଣ୍ଡିରେ ଧାନ କ୍ରୟ ଶୁଭାରମ୍ଭ

 

କଣ୍ଟାମାଳ,୨୨।୧୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସେବା ସମବାୟ ସମିତି ଅଧିନରେ ଥିବା ଆମ୍ବଗାଁ ମଣ୍ଡିରେ ବୁଧବାର ଚଳିତ ବର୍ଷ ଖରିପ ଋତୁର ଧାନକ୍ରୟ ଶୁଭାରମ୍ଭ ହୋଇଛି l ଘଣ୍ଟାପଡ଼ା ପ୍ୟାକ୍ସର ସଭାପତି ମାନୁ ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା ପରେ ମଣ୍ଡିର ଶୁଭାରମ୍ଭ କରିଥିଲେ l ଘଣ୍ଟାପଡ଼ା ପ୍ୟାକ୍ସର ପୂର୍ବତନ ସଭାପତି ତଥା ନିର୍ଦ୍ଦେଶକ ଉଛେଇବାରିକ, ସମ୍ପାଦକ କର୍ଣ୍ଣ ରଣା, ସହ ସମ୍ପାଦକ ଅଗସ୍ତି ମଲିକ, ଆରଏମସି କର୍ମଚାରୀ ସୁମନ୍ତ ହରିପାଲ , ସମାଜସେବୀ ଅଶୋକ ଦେହରୀଙ୍କ ସମେତ ପେକ୍ସର ନିର୍ଦ୍ଦେଶକ ଓ ଚାଷୀ ଉପସ୍ଥିତ ଥିଲେ l ବାଲାଜୀ ମିଲର୍ସ ପକ୍ଷରୁ ଧାନ କ୍ରୟ କରାଯାଇଥିବା ବେଳେ ଆଜି ପ୍ରଥମ ଦିନରେ , ୫ ଜଣ ଚାଷୀଙ୍କ ନିକଟରୁ ୧୯୨.୪୦କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଛି l ଡିଇଓ ଝସନେତ୍ର ଦେହୁରୀ, କର୍ମଚାରୀ ଶଙ୍କର ସାହୁ, ଯୋଗିରାମ ରଣା, କାର୍ତ୍ତିକ ରଣା ପ୍ରମୁଖ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button