State

ବରଗାଁ ଓ ନାରାୟଣପ୍ରସାଦ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ , ବାର୍ଷିକ ଗ୍ରାମ୍ୟ ଉନ୍ନୟନ ଖସଡ଼ା ପ୍ରସ୍ତୁତି

 

କଣ୍ଟାମାଳ :୨୧/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ରଣାଙ୍କ ସଭାପତିତ୍ୱରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ପଂଚାୟତ ନିର୍ବାହୀ ଅଧିକାରୀ ଭୁଲେଶ୍ଵର ନାଗ ୨୦୨୩/୨୪ ଆର୍ଥିକ ବର୍ଷ ସକାଶେ ସଂକଳ୍ପ ଭିର୍ତ୍ତିକ ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଉପରେ ବକ୍ତବ୍ୟ ରଖିଥିଲେ!ଏହି ସଭାରେ ନାଏବସରପଞ୍ଚ ଶ୍ରୀମତୀ ପଦ୍ମିନୀ ରଣା, ଜିଆରଏସ ପ୍ରେମାନନ୍ଦ ସାହୁ, କୃଷି କର୍ମଚାରୀ , ଅଙ୍ଗନବାଡି କର୍ମୀ, ଆଶା, ୱାର୍ଡ ସଭ୍ୟସଭ୍ୟା, ସ୍ୱାସ୍ଥ୍ୟ କର୍ମଚାରୀ, ସ୍ ସାମାଜିକ କର୍ମୀ ପିନାକ ଧର ରଣାଙ୍କ ସମେତ ବହୁ ସଂଖ୍ୟାରେ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ରହିଥିଲେ। ସେହିପରି ନାରାୟଣପ୍ରସାଦ ପଞ୍ଚାୟତରେ ମଧ୍ୟ ବୁଧବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୂଲେଶ୍ଵର ନାଗଙ୍କ ତତ୍ତ୍ଵାବଧାନରେ ତଥା ସରପଞ୍ଚ ଶ୍ରୀମତୀ ତାରାକାନ୍ତୀ ମାଝୀଙ୍କ ସଭାପତିତ୍ବରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଆରଏସ ନବିନ ପ୍ରଧାନ, ନାଏବ ସରପଞ୍ଚ ୱାର୍ଡସଭ୍ୟା ସଭ୍ୟ,ଅଙ୍ଗନବାଡ଼ି, ଆଶା, କୃଷି କର୍ମଚାରୀ, ସ୍ୱାସ୍ଥ୍ୟକମିଚାରୀଙ୍କ ସମେତ ପଞ୍ଚାୟତ ଅଧିନସ୍ଥ ଜନସାଧାରଣ ଯୋଗଦେଇଥିଲେ। ଶେଷରେ ପଞ୍ଚାୟତ ଯୋଗାଣ ସହାୟକ ଜ୍ଞାନ ରଂଜନ ସ୍ଵାଇଁ ଧନ୍ୟବାଦ ଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button