ଗୋଟିଏ ରାତିରୁ ୬ ମନ୍ଦିରରୁ କଳା କନା ବୁଲାଇଲା ଦୁର୍ବୃତ୍ତ ୨୪ଘଣ୍ଟା ନଅପୁରୁଣୁ ସନ୍ଧାନି କୁକୁର ଧରିଲା ଚୋର।

ଗୋଟିଏ ରାତିରୁ ୬ ମନ୍ଦିରରୁ କଳା କନା ବୁଲାଇଲା ଦୁର୍ବୃତ୍ତ
୨୪ଘଣ୍ଟା ନଅପୁରୁଣୁ ସନ୍ଧାନି କୁକୁର ଧରିଲା ଚୋର। ୨ ସନ୍ଦିଗ୍ଧ କୁ ଅଟକ ରଖ୍ ପଚରାଉଚରା କରୁଛି ବୈରି ପୋଲିସ । ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ ଐତିହାସିକ ଛତିଆ ଅମରାବତୀ ମଠ ର ହୁଣ୍ଡି ସମେତ ୫ ମନ୍ଦିରରୁ ବହୁ ଲକ୍ଷ ଟଙ୍କା ବହୁ ମୂଲ୍ୟର ସୁନା ରୁପା ଅଳଙ୍କାର ଗତ କାଲି ୧୮ ତାରିଖ ରାତ୍ରିରେ ଦୁର୍ବୃତ୍ତ ମାନେ ଲୁଟି ନେଇଥିଲେ ।ସୂଚନା ଥାଉ କି, ନେଳିଆ ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ଆରାଧ ଦେବୀ ମା ପାର୍ବତୀ ଙ୍କ ମନ୍ଦିରର ଦୁଇ ଗୋଟି ତାଲା ଭାଙ୍ଗି ମା ଙ୍କ ସୁନା ଅଳଙ୍କାର କାନ ପେଣ୍ଡି, ସୁନା ସିନ୍ଧୁ, ସୁନା ନାକ ଝୁମୁକା, ସୁନା ମଙ୍ଗଳ ସୂତ୍ର, ରୂପା ପାଉର୍ଜି, ରୂପା ହାର ଓ ହୁଣ୍ଡିକୁ ଲୁଟି ନେଇଛନ୍ତି । ସେହି ପରି ଛତିଅ। ପଞ୍ଚାୟତ ଚଟିଘର ଛକ ନିକଟ । ମା ତାରିଣୀ ଙ୍କ ହୁଣ୍ଡି କୁ ତାଡି ନେଇ ଥିବା ବେଳେ, ମା ଙ୍କ ଋନ୍ଦି ମୁକୁଟ ଓ ଅଳଙ୍କାର ଲୁଟିନେଇ ଥିଲେ। ଏଥି ସହିତ ଗ୍ରାମ ଦେବତୀ ମା ବୁଢେଇ ଠାକୁରାଣୀ ଙ୍କ ମନ୍ଦିରରୁ ଦୁଇ ଗୋଟି ତାଲା ଭାଙ୍ଗି ୫କେଜିରୁ ଉର୍ଦ୍ଧ୍ଵ ଗନ୍ଦି ମୁକୁଟ, ଘଣ୍ଟା, ଘଣ୍ଟ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ କୁ ଡକାୟତ ମାନେ ଲୁଟି ନେଇଛନ୍ତି । ସେହି ପରି ଛତିଅ। ଗୋପପୁର ଛକମା ତାରିଣୀ ଙ୍କ ମନ୍ଦିର ଓ ଗୋପପୁର ଗାଁ ମା ତାରିଣୀ ମନ୍ଦିର ରୁ ଦୁଇ ଗୋଟି ରୂପା ମୁକୁଟ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଡକାୟତ ମାନେ ଲୁଟି ନେଇ ଥିଲେ । ଡକାୟତ ମାନେ ୬ ଟି ପୃଥକ୍ ପୃଥକ୍ ମନ୍ଦିରରୁ ସିରିଜ୍ ଚୋରୀ ଘଟାଇ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନ ଶୀତର ଲହରୀ ଲାଗି ରହି ଥିବାରୁ ଏହାର ସୁଯୋଗ ନେଇ ଏକା ଥରରେ ଦୁର୍ବୃତ୍ତ ମାନେ ଯୋଜନାବଦ୍ଧ ଭାବେ ଲୁଟି ନେଇ ଥୁବା ତଦନ୍ତ ରୁ ଜଣା ପଡ଼ିଛି । ତେବେ ଏହି ଚୋରି ଘଟଣା ସମ୍ପର୍କରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଛତିଆ ଫାଣ୍ଡିରେ ଲିଖୂତ ଅଭିଯୋଗ ହେବା ପରେ ଆକ୍ସନ ମୋଡରେ ବୈରି ପୋଲିସ୍ ଦେଖୁବାକୁ ମିଳିଥିଲା |ଘଟଣା ର ୨୪ ଘଣ୍ଟା ନପୁରୁ ତଦନ୍ତ ଲାଗି ସନ୍ଧନୀ କୁକୁର ଓ ସାଇନ୍ତିଫିକ ଟିମ୍ ସହିତ ବୈରି ଥାନା ଅଧୀକାରୀ ଶରତ ଚନ୍ଦ୍ର ନାୟକ, ଛତିଅ। ଫାଣ୍ଡି ଅଧୂକାରୀ ଯହର ଅବେଞ୍ଜିନ ଙ୍କ ସହିତ ଏସ,କେ ଅଶ୍ରଫ୍ ଅଲ୍ଲୀ ରାଜ ଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ ରେ ଛତିଆ ସୋଲର ମିନି ଷ୍ଟାଡିୟମ ନିକଟରେ ରହିଥିବା କେଳା ସମ୍ପ୍ରଦାୟ ଲୋକଙ୍କ ମଧ୍ୟରୁ ଦୁର୍ବୃତ୍ତ ମାନକୁ ଧରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚୋରି ଅଳଙ୍କାର ଓ ସାମଗ୍ରୀ ଜବତ ହୋଇ ନଥି ବେଳେ ତୁରନ୍ତ ଏହି ସିରିଜ ଚୋରି ଘଟଣାର ପର୍ଦ୍ଦା ଫାସ ଖୁବ୍ ଶୀଘ୍ର କରାଯିବ ବୋଲି ବୈରୀ ଥାନା ପକ୍ଷରୁ ସୂଚନା ମିଳିଛି।
ବଡଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news