World
ଋଣ୍ଡିମହୁଲଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ରଗ୍ରାମସଭା ବୈଠକଅନୁଷ୍ଠିତ

କଣ୍ଟାମାଳ :୨୦/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ପଞ୍ଚାନନ ସାହୁଙ୍କ ସଭାପତିତ୍ୱରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ପଂଚାୟତ ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର ୨୦୨୩/୨୪ ଆର୍ଥିକ ବର୍ଷ ସକାଶେ ସଂକଳ୍ପ ଭିର୍ତ୍ତିକ ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଉପରେ ବକ୍ତବ୍ୟ ରଖିଥିଲେ!ଏହି ସଭାରେ ନାଏବସରପଞ୍ଚ, ଜିଆରଏସ, କୃଷି କର୍ମଚାରୀ ଛାୟାକାନ୍ତ କୁମ୍ଭାର, ଅଙ୍ଗନବାଡି କର୍ମୀ, ଆଶାଦିଦି, ୱାର୍ଡ ସଭ୍ୟସଭ୍ୟା, ଏଏନଏମଙ୍କ ସମେତ ବହୁ ସଂଖ୍ୟାରେ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ରହିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ