World

କନକପୁର ଠାରେ ଆୟୋଜିତ ରକ୍ତଦାନ ଶିବିର କୁ ଉଦଘାଟନ କଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର !

ତିର୍ତ୍ତୋଲ –: ରକ୍ତ ହିଁ ଜୀବନ, ଜୀବନ ପାଇଁ ରକ୍ତର ଆବଶ୍ୟକ ଅପରିହାର୍ଯ୍ୟ ! ସାମ୍ପ୍ରତିକ ସମାଜରେ ମେଡିକାଲ ଚିକିତ୍ସା ପାଇଁ ଜରୁରୀ କ୍ଷେତ୍ରରେ ଯଥେଷ୍ଟ ପରିମାଣରେ ବିଭିନ୍ନ ଗ୍ରୁପର ରକ୍ତ,ମିଳିବା ସମ୍ଭବ ନଥାଏ ! ରେଡ଼କ୍ରସ ରକ୍ତଭଣ୍ଡାର ବି ନିରାଶ କରିଥାଏ ! ଏହିପରି ଅଭାବ କୁ ପୂର୍ଣ୍ଣତା ଆଣିବାକୁ ଯେବେ କୌଣସି ସହୃଦୟ ବଦାନ୍ୟ ଯୁବ ସମାଜ ଆଗେଇ ନଆସେ ତେବେ ଅଧୁରା ରହିଯାଏ ଜରୁରୀ ଚିକିତ୍ସା କାର୍ଯ୍ୟ ! ରକ୍ତଦାନ ର ମହତ ଉଦ୍ଦେଶ୍ୟ କୁ ହୃଦୟଙ୍ଗମ କରି,ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ଯୁବ ସଭାପତି ଇଂ ସୁମିତ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ , କନକପୁର ପଞ୍ଚାୟତ ସ୍ଥିତ ବସନ୍ତ ବଗିଚା ପରିସର ରେ, “ଓଡିଶା ମୋ ପରିବାର- ଜୀବନବିନ୍ଦୁ” ଅନିକୁଲ୍ୟରେ , ତିର୍ତ୍ତୋଲ ବ୍ଲକ ବିଜେଡି ଯୁବ ଛାତ୍ର ଜନତାଦଳ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୯୧ ୟୁନିଟ ରକ୍ତ ସଂଗ୍ରହ କରି ସଫଳତା ଅର୍ଜନ କରିଛନ୍ତି ଇଂ ସୁମିତ ଦାସ । ପ୍ରତିଟି ରକ୍ତବିନ୍ଦୁ ମଣିଷର ଜୀବନ ରକ୍ଷାପାଇଁ ଅତ୍ୟନ୍ତ ଜରୁରୀ ଓ ମୂଲ୍ୟବାନ ବୋଲି, ଏହି ଶିବିରର ଉଦଘାଟକ ତଥା ମୂଖ୍ୟଅତିଥି ଭାବେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ଇଂ ବିଜୟ ଶଙ୍କର ଦାସ ବକ୍ତବ୍ୟ ରଖିଥିଲେ । ତାଙ୍କ ସହିତ ଜିଲ୍ଲା ଯୁବ ସଭାପତି ସୌମ୍ୟଜିତ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସମ୍ବିତ ଲେଙ୍କା, ଛାତ୍ର ବ୍ଲକ ସଭାପତି କାଳନ୍ଦି ଦାସ , ବ୍ଲକ ଯୁବ ସଭାପତି ସୁଜିତ୍ ମହାନ୍ତି ଙ୍କ ସମେତ ଜିଲ୍ଲା ବିଜେଡ଼ି ର ବରିଷ୍ଟ ଉପସଭାପତି ବସନ୍ତ କୁମାର ମହାପାତ୍ର , ଗୋପାଳ ପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ , କୋଷ୍ଟି ମଲ୍ଲିକା ପୁର ସରପଞ୍ଚ ବିଭୁ ପ୍ରସାଦ ମହାନ୍ତି , ରଶ୍ମୀ ରଞ୍ଜନ ରାଉଳ , ଦେବବ୍ରତ ବାରିକ , ନୃସିଂହ ଚରଣ ରାଉଳ , ରମେଶ ଚନ୍ଦ୍ର ରାଉଳ , ନରେନ୍ଦ୍ର ବାରିକ ଓ ପ୍ରଳୟ ରାଉଳ ପ୍ରମୁଖ ଏହି ରକ୍ତଦାନ ଶିବିର କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। କଟକର ରେଡକ୍ରସ ବିଭାଗର ଅଭିଜ୍ଞ ଡାକ୍ତର ଓ ତାଙ୍କର ଟିମ୍ ଯୁବ ଛାତ୍ର ମାନଙ୍କ ଠାରୁ ଶୃଙ୍ଖଳିତ ଭାବେ ରକ୍ତ ସଂଗ୍ରହ କରି ଥିବା ବେଳେ , ଶାରଳା ମନ୍ଦିରର ନବୀକରଣ କାର୍ଯ୍ୟକରୁଥିବା ନିର୍ମାଣକାରୀ ସଂସ୍ଥା ଡାଇଭର୍ଶି ଫାଏଡ୍ ଏନୋର୍ଜି ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ ର ପ୍ରୋଜେକ୍ଟ ମ୍ୟାନେଜର ବିରଞ୍ଚି ନାରାୟଣ ଜେନା ଓ ତାଙ୍କର ସହକର୍ମି ଇଂ ପ୍ରିୟଦର୍ଶୀ ସାଇଚନ୍ଦନ , ଇଂ ଅରୁଣ କୁମାର ନାୟକ , ଇଂ ହେମନ୍ତ କୁମାର ରାଉତରାୟ, ଇଂ ପ୍ରତୀକ ମହାନ୍ତି ଓ ଇଂ ବିକାଶ ଚନ୍ଦ୍ର ସେଠୀ ପ୍ରମୁଖ ସ୍ଵତଃପ୍ରବୃତ୍ତ ଭାବରେ ରକ୍ତଦାନ କରିଥିବାରୁ ସାଧାରଣରେ ବହୁ ଉଚ୍ଚପ୍ରଶଂସିତ ହୋଇଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button