World

ଆମ୍ବଗାଁ ମଣ୍ଡିରେ ଧାନ କ୍ରୟ ଶୁଭାରମ୍ଭ

 

ଘଣ୍ଟାପଡ଼ା,୨୦।୧୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସେବା ସମବାୟ ସମିତି ଅଧିନରେ ଥିବା ଆମ୍ବଗାଁ ମଣ୍ଡିରେ ବୁଧବାର ଚଳିତ ବର୍ଷ ଖରିପ ଋତୁର ଧାନକ୍ରୟ ଶୁଭାରମ୍ଭ ହୋଇଛି l ଆମ୍ବଗାଁ ସରପଞ୍ଚ ପ୍ରତିମା ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ମଣ୍ଡିର ଶୁଭାରମ୍ଭ କରିଥିଲେ l ଘଣ୍ଟାପଡ଼ା ପେକ୍ସ ସଭାପତି ମାନୁ ରଣା, ସମ୍ପାଦକ କର୍ଣ୍ଣ ରଣା, ସହ ସମ୍ପାଦକ ଅଗସ୍ତି ମଲିକ, ଆମ୍ବଗାଁ ପେକ୍ସ ନୂତନ ସଭାପତି ଦେବେନ୍ଦ୍ର ସାହୁ, ଆରଏମସି କର୍ମଚାରୀ ସୁମନ୍ତ ହରିପାଳ ସମେତ ପେକ୍ସର ନିର୍ଦ୍ଦେଶକ ଓ ଚାଷୀ ଉପସ୍ଥିତ ଥିଲେ l ବାଲାଜୀ ମିଲର୍ସ ପକ୍ଷରୁ ଧାନ କ୍ରୟ କରାଯାଇଥିବା ବେଳେ ଆଜି ପ୍ରଥମ ଦିନରେ ୭ ଜଣ ଚାଷୀଙ୍କ ନିକଟରୁ ୨୦୧.୭୬ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଛି l ଡିଇଓ ଝସନେତ୍ର ଦେହୁରୀ, କର୍ମଚାରୀ ଶଙ୍କର ସାହୁ, ଯୋଗିରାମ ରଣା, କାର୍ତ୍ତିକ ରଣା ପ୍ରମୁଖ ସହଯୋଗ କରିଥିଲେ । କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button