World

ଗୋଛାପଡା ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ।

 ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ଗୋଛାପଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ଦୌଡ଼,ଉଚ୍ଚଡିଆଁ, ଲମ୍ବଡିଆଁ, ସଟପୁଟ, ଡିସକସ ଥ୍ରୋ ଆଦି ବିଭାଗରେ ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ ସିଦ୍ଧାର୍ଥ ପ୍ରଧାନ ଓ ବାଳିକା ବିଭାଗରେ ପୁଷ୍ପାଞ୍ଜଳି ଜାଲ ଚମ୍ପିୟାନ ହୋଇଥିଲେ। ଖେଳ ଶିକ୍ଷକ ମନୋଜ ଗାଈଗୌରୀଆ, ଅଶୋକ ସାମଲ, ରମେଶ ସେଠୀ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ଅଶୋକ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତାରଣୀ ଉତ୍ସବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟ ଅତିଥି ଓ ଗୋଛାପଡା ସରପଞ୍ଚ ପୁନି ମେହେର, ୱାର୍ଡ ସଭ୍ୟ ମୋହନ ସାହୁ, ସମାଜସେବୀ ଦେବବ୍ରତ ରଥ, ପରିଚାଳନା ପରିଷଦ ସଭାପତି ସୁଦାମ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button