ଅର୍ଥ ଅଭାବରୁ ପଙ୍ଗୁ ପୁଅକୁ କ।ନ୍ଧରେ ବୋହି ବୋହି ଦୁଃଖ ରେ ଜୀବନ କାଟୁଛନ୍ତି ପିତାମାତା।

ଅର୍ଥ ଅଭାବରୁ ବାଧକ ସାଜିଛି ପୁଅ ବବୁଲର ଚିକିତ୍ସା ସେବା। ପଙ୍ଗୁ ପୁଅକୁ କାନ୍ଧରେ ବୋହି ବୋହି ଦୁଃଖରେ ଜୀବନ କାଟୁଛନ୍ତି ପିତାମାତା ନା ,ମିଳୁଛି ପୁଅକୁ ଚିକିତ୍ସା ସେବା ନା, ମିଳୁଛି ଅର୍ଥ ସହାୟତା , ଏ ଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି, କଟକ ଜିଲ୍ଲା, ନିଆଳି ବ୍ଲକର ଆଁ ଲୋ ପଞ୍ଚାୟତ ଗୋବିନ୍ଦ ରାମ ପାଟଣା ଗାଁରେ । ଭଙ୍ଗା ଝାଟିମାଟି ଘରେ ଅଖା ଟାଣି ଶୀତ କାକରରେ ଜୀବନ ବିତାଉଛନ୍ତି ଗରିବ ପାଗଲ ଦାସଙ୍କ ପରିବାର। ପର ଘରେ ମୂଲ ମଜୁରୀ ଲାଗି ଖୁସିରେ ଚଳି ଆସୁଥିଲେ ।ହଠାତ ତାଙ୍କ ପରିବାର ଉପରେ କଳା ବାଦଲ ଛାଇ ଢାଙ୍କି ଦେଲା , ତାଙ୍କର ଏକ ମାତ୍ର ପୁଅ ବବୁଲ ଦାସ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବବେଳେ
ହଠାତ୍ ତାଙ୍କର ଗୋଡ଼ ହ।ତ ସମ୍ପୂର୍ଣ ଅଚଳ ହୋଇ ପଡ଼ିଛି ,ସେ ଆଉ ଚାଲି ପାରୁନାହାନ୍ତି।କେବଳ ଏକ ଚେୟାରରେ ବସି ରହିଛି। ଠିକ୍ ଭାବରେ ବାସି ପାରୁନାହିଁ କି ସୋଇ ପାରୁନାହିଁ ଯନ୍ତ୍ରଣାରେ ଛଟପଟ ହେଉଛି। ଏପରି ଅବସ୍ଥାରେ ମୂଲ ମଜୁରୀ ଲାଗି ଯାହା କିଛି ଟଙ୍କା ପଇସା ଥିଲା ମେଡ଼ିକାଲରେ ଖର୍ଚ୍ଚ ହୋଇଗଲା । ଡ଼ାକ୍ତର କହିବା ଅନୁଯାୟୀ ପୁଅର ଚିକିତ୍ସା ଲାଗି ବହୁ ଅର୍ଥ ଆବଶ୍ୟକ ପଡୁ ଥିବାରୁ ଚିକିତ୍ସା ହୋଇପାରୁନାହିଁ। କେଉଁଠୁ ଏତେ ଟ ଙ୍କ। ଆଣି ଭଲ କରିବି,ପୁଅର ଚିନ୍ତାରେ ମା , ଦୀପାଞ୍ଜଳୀ୍ ଝୁରି ଝୁରି ଦୁଃଖରେ କଇଁ କଇଁ ହୋଇ କ।ନ୍ଦୁ ଛନ୍ତି ।ଏକ ମାତ୍ର ପୁଅ ବବୁଲକୁ ନେଇ ମା, ଅନେକ ସ୍ୱପ୍ନ ଦେଖିଥିଲେ , ପୁଅକୁ ପାଠ ପଢ଼ାଇବେ ଚାକିରି କରାଇବେ, ମଣିଷ କରାଇବେ, ଅନେକ କଥା କହିଛନ୍ତି । ଆମ ସ୍ୱପ୍ନ ଚ୍ଛାର ଖାର ହୋଇଗଲା ବୋଲି ଦୁଃଖରେ ଭାଂଗି ପଡିଛନ୍ତି ପିତା ମାତା । ପୁଅର ଚିକିତ୍ସା ଲାଗି ଅର୍ଥ ସାହାଯ୍ୟ ପାଇଁ ବହୁ ବଦାନ୍ୟ ବ୍ୟକ୍ତି ଏବଂ ଦାତବ୍ୟ ଅନୁଷ୍ଠାନ ମାନଙ୍କୁ ପିତାମାତା ଆକୁଳ ନିବେଦନ କରିଛନ୍ତି। ପୁଅ ହାତରେ ଖାଇ ପାରୁ ନାହିଁ କି ଝାଡ଼ା ପରିସ୍ରା କରିବା ଲାଗି ବାହାରକୁ ଯାଇପ।ରୁ ନାହିଁ। ସେମାନଙ୍କ ପିତା ମାତା ପୁଅକୁ କ।ନ୍ଧ ଏବଂ ପିଠିରେ ବୋଝ କରି ନେଉଛନ୍ତି। ଏଥି ପ୍ରତି ଦୃଷ୍ଟି ଦେଇ ସରକାର ତୁରନ୍ତ ପୁଅକୁ ଅକ୍ଷମ ଭତ୍ତା ଦେବାକୁ ପିତା ମାତା ନିବେଦନ କରିଛନ୍ତି।
କଟକ ଜିଲ୍ଲା ନିଆଳି ରୁ ସେକଫୟାଜ ଉଦ୍ଦିନ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍