ମହିଳା ମାନଙ୍କ ଜୀବନ ଜିବିକା ଓ ଜଙ୍ଗଲ ଅଧିକାର ଉପରେ କର୍ମଶାଳା ଅନୁଷ୍ଠିତ.

ଭୁବନେଶ୍ୱର ଆଜି ସିୱାଏଏସଡିର ମହାନଦୀ ସମ୍ମିଳନୀ କକ୍ଷରେ ଏକ ରାଜ୍ୟ ସ୍ତରୀୟ ମହିଳାମାନଙ୍କ ଜୀବବ ଜୀବିକା ଓ ଜଙ୍ଗଲ ଅଧିକାର ସୁରକ୍ଷା ଆଇନ ଉପରେ ଏକ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.କଳାହାଣ୍ଡି ଜିଲ୍ଲାର ସେବା ଜଗତ ନାମରେ ଥିବା ଏକ ସାମାଜିକ ଅନୁଷ୍ଠାନ ମାଧ୍ୟମରେ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ନୂଆପଡା, କନ୍ଧମାଳ କେନ୍ଦୁଝର, ସୁଦରଗଡ ଓ ପୁରୀ ଜିଲ୍ଲାରୁ ଲୋକମାନେ ଏହି କର୍ମଶାଳାରେ ଭାଗ ନେଇଥିଲେ.ବିଶେଷ କରି ଆଦିବାସୀ ମହିଳା ମାନଙ୍କ ସୁରକ୍ଷା ଓ ବିକାଶ ଉପରେ ଆଲୋକପାତ କରାଯିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ମହିଳା ମାନଙ୍କ ପାଇଁ ଚାଲିଥିବା ବିଭିନ୍ନ ଯୋଜନା, ଅଧିକାର ଓ ଆଇନ ବିଷୟରେ ସଚେତନ କରାଯାଇଥିଲା. ଆଦିବାସୀ ଓ ବନବାସୀ ମାନଙ୍କର ସର୍ବାଙ୍ଗୀନ ବିକାଶ, ଓ ମହିଳା ମାନଙ୍କର ଦକ୍ଷତା ବିକାଶ ତଥା ଅଧିକାରକୁ ନେଇ ଆମେ ବିଭିନ୍ନ ବ୍ଲକ ଓ ଆଠଟି ଜିଲ୍ଲାରେ କାମକରୁଛୁ ବୋଲି ସୂଚନା ଦେଇଛନ୍ତି ସେବା ଜଗତର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ. ସିଙ୍ଗଲ ଓମେନ ମାନଙ୍କ ସମସ୍ୟା ବହୁତ, ସେମାନଙ୍କୁ ସୋସିଆଲ, କଳଚୁରାଲ, ପଲିଟିକାଲ ତଥା ଆର୍ଥିକ ଅଧିକାର ଓ ଜୀବନ ଜୀବିକା ଉପରେ ସେମାନଙ୍କ ରାଇଟ ଉପରେ ସଚେତନ କରାଇବା ସହ ପ୍ରତି କ୍ଷେତ୍ରରେ ସେମାନଙ୍କ ସୁରକ୍ଷା ଉପରେ କାମ କରିଚାଲିଛୁ ବୋଲି କହିଛନ୍ତି ପୁରୀ ଜିଲ୍ଲାର ସଂଯୋଜକ ରୁଚି ମିଶ୍ର. ଯେଉଁ ମହିଳା ମନେ ଅଧିକ ମାତ୍ରାରେ ସବୁ କ୍ଷେତ୍ରରେ ଦୁସ୍ଥ ଓ ଅସହାୟ, ଏକୁଟିଆ ହୋଇପଡନ୍ତି ସେମାନଙ୍କୁ ଜଙ୍ଗଲ ଆଇନ, ଜଙ୍ଗଲରେ ଚାଷ କରୁଥିବା ଜମିର ସୁରକ୍ଷା, ନିଷ୍ପତି ନେବାରେ ଅସହାୟ ମହିଳାଙ୍କୁ ସହଯୋଗ କରିବା ଓ ବିଭିନ୍ନ ସମୟରେ ଆଇନର ସଦୁପଯୋଗ କରି ନିଜ ନିଜର ଅଧିକାର ସାବ୍ୟସ୍ତ କରିବା ଅଧିକାର ଆଦାୟ କରିବା ଭଳି ଦିଗ ଉପରେ ଆମେ ସଚେତନକରାଉଛୁ ବୋଲି କହିଛନ୍ତି ସେବା ଜଗତର ବରିଷ୍ଠ ସଦସ୍ୟା ରୋଶନାରା ମହାନ୍ତି.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍