World

ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ କଲେଜ କୁ ଉପ ନିର୍ଦ୍ଦେଶକ ଙ୍କ ପରିଦର୍ଶନ

 

ଉଲୁଣ୍ଡା 20/12 ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ କଲେଜ କୁ ଆଜି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ବଲପୁର ର ଉପ ନିର୍ଦ୍ଦେଶକ ପ୍ରଫେସର ଉମାଶଙ୍କର ଦାଶ ଓ ବରିଷ୍ଠ ସହାୟକ ଗୋପାଳକୃଷ୍ଣ ନେଉଳ ପରିଦର୍ଶନ କରିଥିଲେ।ଏହି ଅବସରରେ ଓଡିଶା ସରକାରଙ୍କ ପ୍ରଦତ୍ତ ଛାତ୍ରବୃତ୍ତି ଯୋଜନାର ସଠିକତା ପାଇଁ ବିଭିନ୍ନ କାଗଜପତ୍ର ତଥା ନଥିପତ୍ର ଯାଞ୍ଚ କରିବା ସହ କଲେଜର କୋଠାବାଡି, ପାଠାଗାର ଓ ଅନ୍ୟାନ୍ୟ କ୍ଷେତ୍ରକୁ ପରିଦର୍ଶନ କରି ଅତ୍ୟନ୍ତ ଖୁସି ହୋଇଥିଲେ। କଲେଜ ଅଧ୍ୟକ୍ଷ ପବିତ୍ର ବାରିକ ଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସହ ଭାବ ବିନିମୟ ହେବା ସହିତ ଶିକ୍ଷାର ପ୍ରୟୋଗାତ୍ମକ ବ୍ୟବହାର, ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେଇ ସମସ୍ତଙ୍କୁ ଛାତ୍ରଛାତ୍ରୀ ଓ ଅନୁଷ୍ଠାନର ଉନ୍ନତିରେ ବ୍ରତୀ ହେବା ପାଇଁ ଦିଗଦର୍ଶନ ଦେଇଥିଲେ।ଶେଷରେ ଉପ ନିର୍ଦ୍ଦେଶକ ଛାତ୍ରଛାତ୍ରୀ ଙ୍କ ସହ ଭାବ ବିନିମୟ ହୋଇ କଲେଜର ଶିକ୍ଷାଦାନ ପ୍ରଣାଳୀ, ଚରିତ୍ର ଗଠନ ଓ ନିଜର ଭବିଷ୍ୟତ ଗଠନ ପାଇଁ ଉପଦେଶ ଦେଇଥିଲେ।ଆଜିର ଏହି ପରିଦର୍ଶନ କାର୍ଯ୍ୟକ୍ରମ ରେ କଲେଜ ପ୍ରତିଷ୍ଠାତା ଛନ୍ଦାଚରଣ ଦାସ, ଅଧ୍ୟାପକ ଅଜୀତ ମେହେର, ଶ୍ରୀକାନ୍ତ ରଣା,ସୁରତ ଗୁରୁ,କୁଳମଣୀ ସାହୁ,ଆଲୋକ କୁମାର ଶର୍ମା,ଜତନ ବାଗ୍, ପ୍ରତ୍ୟୁଷ ରଂଜନ ସାହୁ, ଲଳିତ ବେହେରା, ବାସୁଦେବ ଦେହେରୀ ଅଧ୍ୟାପିକା ଜୟନ୍ତୀ ଘିବିଲା, ସଂଧ୍ୟାଦିପା ଗୁରୁ, ରାଜଲକ୍ଷ୍ମୀ ମହାରଣା, ଧରିତ୍ରୀ ବିଶ୍ଵାଳ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button