ଘଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଘାଟିତ

କଣ୍ଟାମାଳ, ୧୯/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ମଲିକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ତତ୍ତ୍ଵାବଧାନରେ ତଥା ଖେଳ ଶିକ୍ଷୟତ୍ରୀ ମନ୍ଦାକିନୀ ବଗର୍ତ୍ତୀଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ମଶାଲ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରୁ ଅଗ୍ନି ସଂଯୋଗ କରି ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା ପରେ ଖେଳ ପଡ଼ିଆର କ୍ରିଡା ମଣ୍ଡପରେ ସ୍ଥାପନ କରାଯାଇ କ୍ରିତା ପତକା ଉତ୍ତୋଳନ ପରେ ଖେଳ
ଆରମ୍ଭ ହୋଇଥିଲା।୨ ଦିନ ଧରି ଚାଲିବାକୁ ଥିବା କ୍ରିଡା ଉତ୍ସବରେ ଉଭୟ ବିଭାଗର ୧୦୦ମି. ୨୦୦ମି. ୪୦୦ମି. ବୌଡ଼,ହାଇ ଜମ୍ପ ଓ ଲଙ୍ଗଜମ୍ପ ଖେଳ ହୋଇଥିଲା। ଆସନ୍ତା ବୁଧବାର ଉଜଯାପିତ ହେବାର ସୂଚନା ଦେଇଛନ୍ତି ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା।ଖେଳରେ ସହକାରୀ ଶିକ୍ଷକ ସନ୍ତୋଷ ସାହୁ, ଲିପୁନପ୍ରଧାନ, ଆକାଶ ମେହେର, ଚନ୍ଦ୍ରକାନ୍ତ ବେହେରା , ସୁବାସ ସାହୁ, ରଶ୍ମିତା ସାହୁ ପ୍ରମୁଖ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଖେଳ ପରିଚାଳନାରେ ସହଯୋଗ କରିଥିଲ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ