World

କଲମପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଳାହାଣ୍ଡି ଜିଲ୍ଲା କଲମପୁର: କଲମପୁର ବ୍ଲକ୍‌ ଅଫିସ୍‌ ପରିସରରେ ଥିବା ଏସ୍‌ଜିଏସ୍‌ୱାଇ ମିଟିଂ ହଲ୍‌ରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବିଭିନ୍ନ ସମସ୍ୟା ଥିବା ଅଭିଯୋଗ ୭୪ଟି, ଆବାସ ଘର ପାଇଁ ୭୬ ଏବଂ ଭତ୍ତା ପାଇଁ ୮ ଜଣ ମୋଟ୍‌ ୧୫୮ଟି ଅଭିଯୋଗ ଆସିଥିଲା। ବିଡିଓ ବିଜୟ ମାଡାଙ୍ଗୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଥିବା ଏହି ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଏସ୍‌ପି ଅଭିଳାଷ ଜି, ଏଡିଏମ୍‌ ତନ୍ମୟ ଦରୱାନ, ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ସିଡିଏମ୍ଓ ଡା. ସୁଚେତା ପାଣି, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ତହସିଲଦାର ସ୍ମରଣିକା ତୁଳ, ବିଇଓ ମଧୁସ୍ମିତା ନାଏକ, ଡିପିଓ ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡିଆର୍‌ସିଏସ୍‌, ସିଏସ୍‌ଓ, ଜିଲ୍ଲା ଶ୍ରମ ଅଧିକାରୀ, ଡିଏସ୍‌ଏସ୍‌ଓ, ଏସ୍‌ଡିପିଓ ଧୀରଜ ଚୋପଦାରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଉପସ୍ଥିତ ରହିଥିଲେ।ବ୍ଲକ୍‌ର ସିଡିପିଓ ପ୍ରତିମାରାଣୀ ଦାସ, ବିଏସ୍‌ଏସ୍‌ଓ କ୍ଷିତିସୁତା ମେହେର, ଜିପିଇଓ ଜିତେନ୍ଦ୍ର କୁମାର, ଏମ୍‌ଆଇ ଦେବଧର ଧାରୁଆ, ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button