World

ଉତ୍କଳ କୃଷକ ସଂଗଠନ ପକ୍ଷରୁ ବାଇକି ଶୋଭାଯାତ୍ରା ଓ ମହାସମାବେଶ

ଆଙ୍କର – କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାରଗାଁ ସ୍ଥତ ମା’ ମାଟିଆ ମଙ୍ଗଳା ମନ୍ଦିର ପରିସରରେ ଉତ୍କଳକୃଷକ ସଂଗଠନ ପକ୍ଷରୁ ମୋଟର ସାଇକେଲ ଶୋଭାଯାତ୍ରା ଓ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ! ତେବେ ପ୍ରତିମୁହୂର୍ତ୍ତ ରେ କୃଷକ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଆଜି ଉତ୍କଳ କୃଷକ ସଂଗଠନ ତରଫରୁ ଡାକରା ଦିଆଯାଇଛି ! ସେପଟେ ଉତ୍କଳ କୃଷକ ସଂଗଠନର ସଭାପତି ଶାରଦା ପ୍ରସାଦ ରାଉତ ଙ୍କ ନେତୃତ୍ୱରେ ଏକ ବିଶାଳ ଧରଣର ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ପଟ୍ଟାମୁଣ୍ଡାଇ ବ୍ଲକ ମଦନପୁର କଲେଜ ପଡିଆଠାରୁ ରାଲି ଆରମ୍ଭ ହୋଇ ରାଜନଗର ବ୍ଲକ ଜରିମୂଳ ର ଆରଧ୍ୟ୍ୟ ଦେବୀ ମା ମାଟିଆ ମଙ୍ଗଳା ମନ୍ଦିର ପରିସରରେ ପହଞ୍ଚିଥିଲା ସେଠାରେ ଏକ କୃଷି ଓ କୃଷକ ମାନଙ୍କୁ ନେଇ ସଭା ଅନୁଷ୍ଠିତ ହୋଇଥିଲା,ଏହି ସଭା କାର୍ଯ୍ୟ କୁ ବରିଷ୍ଠ ଆଇନୀ ଜୀବି ଜାମିନୀକାନ୍ତ ଭୂୟାଁ ଙ୍କ ଅଧ୍ୟକ୍ଷତା ରେ ସଭା ପରିଚାଳନା କରିଥିଲେ,! ଏଥିସହିତ ମଞ୍ଚାସିନ ଅତିଥିଭାବେ ପୂର୍ବ ଓଡିଶା ନିର୍ମାଣ ଶ୍ରମିକ ର ରାଜ୍ୟ ସମ୍ପାଦକ ସୌମ୍ୟ ରଞ୍ଜନ ଧଳ, ସାହିତ୍ୟିକ ତଥା ଲେଖକ, କବି ବାସୁଦେବ ରାଉତ, ସମାଜ ସେବୀ ସାଗରୀକା ଦାସ, ଗ୍ରାମାଞ୍ଚଳ କୃଷକ ମହିଳା ମହାସଂଘ ର ସମ୍ପାଦିକା ଶଶୀକଳା ରାଉତ, ସମାଜ ସେବୀ ଗାଲେଖ ଚନ୍ଦ୍ର ରାଉତ ପ୍ରମୁଖ କୃଷକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମର୍କରେ ଆଲୋକପାତ କରିଥିଲେ, କୃଷକ ମାନେ ନିଜର ହକ ପାଇଁ ସରକାରଙ୍କ ପାଖରେ ଲଢେଇ କରି କୃଷକ ମାନଙ୍କୁ ତୁରନ୍ତ ପ୍ରାଇସି, ପ୍ରେଷ୍ଟିଜୀ ଓ ପେନସନ ଯୋଗାଇ ଦେବାକୁ ସଭାପତି ଆହ୍ୱାନ ଦେଇଥିଲେ, ଏଥି ସହିତ ଆଜିର ସମାବେଶ ର ମୁଖ୍ୟ ସ୍ୱର ଥିଲା କୃଷି ହସିଲେ ଦେଶ ହସିବ, କୃଷି ବଞ୍ଚିଲେ ଦେଶ ବଞ୍ଚିବ ଏହି ଆହ୍ୱାନ କ୍ରମେ, ଉତ୍କଳ କୃଷକ ସଂଗଠନର ସଭାପତି ଶାରଦା ପ୍ରସାଦ ରାଉତ କୃଷକ ମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେଉଁ ଜନପ୍ରତିନିଧି କୃଷକ ମାନଙ୍କ ଉର୍ନତି କରିବା କଥା କହି ବିଗତ ଦିନରେ କୃଷକ ମାନଙ୍କ ଠାରୁ ଭୋଟ ନେଇ ଜିତିଗଲା ପରେ କୃଷକ ମାନଙ୍କ ପାଇଁ କୌଣସି ଉନ୍ନତି କରି ନାହାନ୍ତି ଏବଂ ପୁଣି ୨0୨୪ ନିର୍ବାଚନରେ ଭୋଟ ମାଗିବା ପାଇଁ ଆସନ୍ତି ତାଙ୍କୁ ବିଗତ ଦିନରେ କୃଷକ ମାନଙ୍କର କଣ ଉର୍ନତି କରିଛନ୍ତି ତାହାର ଜବାବ ନିଶ୍ଚୟ ମାଗନ୍ତୁ ,ଏବଂ ଏହି ଉତ୍କଳ କୃଷକ ସଂଗଠନ କେବଳ କୃଷକ ମାନଙ୍କ ପାଇଁ ଯଦି କୌଣସି କୃଷକ କୌଣସି ଅସୁବିଧାର ସାମ୍ନା କରୁଛି ତା ପାଇଁ ଏହି ଉତ୍କଳ କୃଷକ ସଂଗଠନ ଛିଡା ହେବ !

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button