World

ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା।

ବୌଦ୍ଧ-୧୯-୧୨ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତଦଶତମ ବାର୍ଷିକ କ୍ରୀଡା ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ହୃଦୟ ରଞ୍ଜନ ଖାମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବାଉଁଶୁଣି ସରପଞ୍ଚ ଅଇଁଠୁ ମହାଲିକ ମୁଖ୍ୟ ଅତିଥି, ପରିଷଦ ଉପସଭାପତି ସଦାନନ୍ଦ ମିଶ୍ର ମୁଖ୍ୟ ଵକ୍ତା ଓ ବୌଦ୍ଧ ସଂକୁଳ ପ୍ରମୁଖ ଦଶରଥ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ପରିଷଦର ସମ୍ପାଦକ ସୁନୀଲ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟ ଅତିଥି ଭାବେ ଯୋଗ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଯୁଗ୍ମସମ୍ପାଦକ ସୁଧାଂଶୁ ମହାକୁଳ ଅତିଥି ପରିଚୟ ଓ କୋଷାଧ୍ୟକ୍ଷ ବିମ୍ବାଧର ମେହେର ଧନ୍ୟବାଦ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଦଧିବାବନ ରଣାଙ୍କ ତତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button