ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା ରାଜ୍ୟ ପର୍ଯ୍ୟବେକ୍ଷକ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା ରାଜ୍ୟ ପର୍ଯ୍ୟବେକ୍ଷକ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ – ରାଜ୍ୟ ସରକାରଙ୍କର ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆ -ଓଡିଶା ତଥା ଯୁବ ଓଡିଶା ନବୀନ ଓଡିଶା ଯୋଜନାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ ମାନଙ୍କରେ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ଏବଂ ତାର ଖର୍ଚ୍ଚ ର ସମୀକ୍ଷା କରିବାପାଇଁ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ର ସହକାରୀ ନିର୍ଦ୍ଦେଶକ, ଡଃ ଅଶୋକ କୁମାର ନାୟକ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଜିଲ୍ଲା ର ପାଞ୍ଚଟି ଡିଗ୍ରୀ ମହାବିଦ୍ୟାଳୟ ଗସ୍ତ କରି ଯୁବ ଓଡିଶା ନବୀନ ଓଡିଶା ଯୋଜନା ର ସଠିକ ଉପଯୋଗ ହୋଇଛି ନl ନାହିଁ ତାହା ତଦାରଖ କରିଛନ୍ତି l ପ୍ରଥମ ଦିନରେ ସେ ପୁରୁଣାକଟକ ଠାରେ ପହଞ୍ଚିଥିଲେ l ସେଠାରେ ତାଙ୍କୁ ବୌଦ୍ଧ ଜିଲ୍ଲାର ଯୁବ ରେଡ୍ କ୍ରସ୍ ର ସମ୍ପାଦକ ଅଧ୍ଯାପକ ଡ. ପ୍ରବୀର କୁମାର ଦାସ ସ୍ଵାଗତ କରି ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ କୁ ନେଇଥିଲେ l ସେଠାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣୀଆ ସେମାନଂକୁ ସ୍ଵାଗତ କରି ସାଂସ୍କୁତିକ, କ୍ରୀଡା ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ l ସହକାରୀ ନିର୍ଦ୍ଦେଶକ ସମସ୍ତ କାର୍ଯ୍ୟକ୍ରମ ରେ ସନ୍ତୋଷ ବ୍ୟକ୍ତ କରିବା ସହ ସେଲ୍ ଫି ପଏଣ୍ଟ କୁ ପ୍ରସଂଶା କରିଥିଲେ l ସେହିପରି ମଡେଲ ଡିଗ୍ରୀ କଲେଜ ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଗସ୍ତ କରି ସମୀକ୍ଷା କରିଥିଲେ l ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ନୋଡାଲ ଅଧିକାରୀ ଗୀତାଞ୍ଜଳି ମହାପାତ୍ର ଏବଂ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ସ୍ଵାଗତ କରିବା ସହ ସବୁ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ l ସେ ମହାବିଦ୍ୟାଳୟର ର ମାନବ ଶୃଙ୍ଖଳ, ରକ୍ତଦାନ, ଖାଦ୍ୟ ଉତ୍ସବ, ଫ୍ୟାଶନ ସୋ ଏବଂ ସମସ୍ତ କ୍ରୀଡା କାର୍ଯ୍ୟକ୍ରମ ର ପ୍ରସଂଶା କରିବା ସହ ପ୍ରତ୍ୟେକ କାର୍ଯ୍ୟକ୍ରମ ର ଫଟୋ ଭିଡିଓ ସବୁ ନେଇଥିଲେ l ତାପରେ ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ସମୀକ୍ଷା କରିଥିଲେ l ଦ୍ଵିତୀୟ ଦିବସରେ କଣ୍ଟାମାଳ ଡିଗ୍ରୀ ମହାବିଦ୍ୟାଳୟ କୁ ଯାଇ ସମୀକ୍ଷା କଲାପରେ ସୁବର୍ଣ୍ଣ ପୁର ଗସ୍ତ କରିଛନ୍ତି l ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ରେ ସେଲ୍ ଫି ପଏଣ୍ଟ ଲଗାଇ ବା ସହ ସରକାର ଙ୍କ ତରଫରୁ ପ୍ରଦାନ କରାଯାଇଥିବା ସହାୟତା ପାଣ୍ଠି ର ସଠିକ ବିନିଯୋଗ କରି ବିନିଯୋଗ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ବ୍ୟୁରୋ ରିପୋର୍ଟ ସମର୍ଥ ନୀୟୁଜ୍