World
ଏକେଶ୍ୱର ମନ୍ଦିର ରେ ଵୃଷବ ନନ୍ଦୀ ର ନାମକରଣ ଉତ୍ସବ

ଗତକାଲି ଛତିଆ ପଂଚାୟତ ଏକଦାଳିଆ ଗ୍ରାମସ୍ଥିତ ଏକେଶ୍ୱର ମନ୍ଦିର ପରିସର ମଧ୍ୟରେ ଵୃଷବ ନନ୍ଦୀ ର ନାମକରଣ ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି, ସମାଜସେବୀ ରବୀନ୍ଦ୍ର ପ୍ରଧାନ ଙ୍କ ତତ୍ୱା ବଧାନ ରେ ଆୟୋଜିତ ଉତ୍ସବ ରେ ଗ୍ରାମ ର ଆବାଳ ବୃଦ୍ଧ ବନିତା ଏଥିରେ ଭାଗ ନେଇଥିଲେ, ଗୋମାତା ରୂପା ହେଲା ନନ୍ଦୀ ର ମା, ପ୍ରଥମେ ଗୋମାତା ରୂପା କୁ ପୂଜା କରାଯାଇଥିଲା, ଏହା ପରେ ନନ୍ଦୀ ବେକ ରେ ଫୁଲମାଳ ଘଣ୍ଟି ଓ ଉତ୍ତରୀୟ ଦେଇ ତାର ମଙ୍ଗଳ କାମନା ପାଇ ଏକେଶ୍ୱର ଙ୍କୁ ପୂଜାର୍ଚନା ପୂର୍ବକ ଆବାହନ କରାଯାଇଥିଲା, ହରିବୋଲ ହୁଳହୁଳି ଓ ନାମ ସଂକୀର୍ତନ ରେ ମନ୍ଦିର ପରିବେଶ ମୁଖରିତ ହୋଇଉଠିଥିଲା,ସତ୍ୟନାରାୟଣ ଙ୍କ ପୂଜାର୍ଚନା କରାଯାଇ ଲଡ଼ୁ ଓ ଶିରିଣି ଭୋଗ କରାଯାଇ ସମସ୍ତ ଙ୍କୁ ବଣ୍ଟନ କରାଯାଇଥିଲା ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ