World

ଖଟଖଟିଆ ହାଇସ୍କୁଲରେ ଓଷ୍ଟା ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ।

କଣ୍ଟାମାଳ ,୧୮/୧୨/ (ପ୍ରଭାତ କୁମାର ସାହୁ) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା )ବୌଦ୍ଧ ଜିଲ୍ଲା ଶାଖା ତରଫରୁ କଣ୍ଟାମାଳ ବ୍ଲକ ଖଟଖଟିଆ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ସୋମବାର ସକାଳୁ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଣ୍ଡେ ଓ ସମ୍ମାନିତ ଅତିଥି ଭାବେ ସ୍ବେଛାସେବୀ ବିଜିତ ପ୍ରଧାନ, ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନି କ୍ଷେତୀ, ସହ ଓଷ୍ଟା କର୍ମକର୍ତ୍ତା ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ |ଏହା ପରେ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକ ସ୍ତରୀୟ ଉତ୍ସବରେ କୃତିତ୍ୱ ହାସଲ କରିଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରବନ୍ଧ, ନୃତ୍ୟ, ଗୀତ, ଚିତ୍ରାଙ୍କନ, ଏକକ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଓଷ୍ଟା ଜିଲ୍ଲା ସଭାପତି ତଥା ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପୀତବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିବରଣୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷାଅଧିକାରୀ ଗେନ୍ଦେରା କୁଜୁର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ତୃପ୍ତି ଦାନୀ, ଇସି ସଦସ୍ୟ ଲକ୍ଷ୍ମଣ ମହାପାତ୍ର, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନି କ୍ଷେତୀ ମଞ୍ଚାସିନ ରହି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ |ଶିକ୍ଷକ ସମ୍ବିତ ମିଶ୍ର ଅତିଥି ପରିଚୟ ଓ ମଞ୍ଚପରିଚାଳନା କରିଥିଲେ |ଏହି ଅବସରରେ ପୂର୍ବତନ ଓଷ୍ଟା ସଭାପତି ପ୍ରମୋଦ ଚାନ୍ଦ ଓ ଭୁବନ ବସ୍ତିଆଙ୍କୁ ସମ୍ମାନିତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ କଣ୍ଟାମାଳ ବ୍ଲକ ସମ୍ପାଦକ ଅରୁଣ ଖଟୁଆ, ବୌଦ୍ଧ ବ୍ଲକ ସମ୍ପାଦକ ମନୋଜ ଗାଈଗୋରିଆ, ହରଭଙ୍ଗା ବ୍ଳକରୁ ମୃତ୍ୟୁଞ୍ଜୟ ସାହୁ, ପଞ୍ଚାନନ ପ୍ରଧାନ ସହ ସମସ୍ତ ଓଷ୍ଟା କର୍ମକର୍ତ୍ତା ଓ ଖଟଖଟିଆ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button