World

ରୁଣ୍ଡିମହୁଲ ପ୍ୟାକ୍ସରେ ଓ ଖଟଖଟିଆଠାରେ ଖରିଫ ଧାନମଣ୍ଡି ଉଦଘାଟିତ ।

 

କଣ୍ଟlମାଳ :୧୮/୧୨/ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟlମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ସେବା ସମବାୟ ସମିତିଠାରେ ସୋମବାର ଖରିଫ ଧାନମଣ୍ଡି ଉଦଘଟିତ ହୋଇଯାଇଛି l ଏଥିରେ ସମିତିର ସଭାପତି ସୁଧୀର କୁମାର ଖଟୁଆ,ପୂର୍ବତନ ସରପଞ୍ଚ ରମଣୀ ରଞ୍ଜନ ପ୍ରଧାନ, ମୋହନ ଖଟୁଆ ସମେତ ସମିତି ଅଂଚଳର ଚାଷୀ ବନମାଳୀ ବାରିକ, ବଳରାମ ବାରିକ, କମଳାକାନ୍ତ ସାହୁଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ l ସମିତି ସମ୍ପାଦକ ସୁଦାମ ବାରିକ, କର୍ମଚାରୀ ଲକ୍ଷ୍ମୀ ଦନ୍ତା, ମୁନା ଦନ୍ତା, ବଲ୍ଲଭ ବାରିକ ଓ ଆରଏମସି କର୍ମଚାରୀମାନେ ଧlନ କିଣlରେ ସହଯୋଗ କରିଥିଲେ l ସେହିପରି ଆଜି ଶିମିଳିପଦର ପ୍ୟାକ୍ସ ଅଧୀନ ଖଟଖଟିଆ ଠାରେ ସଭାପତି ସୁମନ୍ତ କୁମାର ମିଶ୍ରଙ୍କ ଦ୍ୱାରା ଧାନ ମଣ୍ଡି ଉଦଘାଟନ ହୋଇଯାଇଛି l ସମ୍ପାଦକ ଅମରେଶ ବାଘ ସମେତ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଚାଷୀମାନେ ଉପସ୍ଥିତ ରହି ଧାନ କିଣା ପ୍ରକ୍ରିୟାରେ ସହଯୋଗ କରିଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button