World

ଶିକ୍ଷା ବିଭାଗ ର ଦୁଷ୍ଟି ପଡ଼ୁ

ବଡ଼ଚଣା ବ୍ଲକ କଳକଳା ନିକଟସ୍ଥ ଲାଉ ଲଇ ହାଇସ୍କୁଲ 1974ମସିହା ରେ ଓଡିଶା ସରକାର ଙ୍କର ପୁର୍ଣ ଅନୁଦାନ ପ୍ରାପ୍ତ ହାଇସ୍କୁଲ ରେ ପରିଣତ ହେଲା, ଏହା ଏକ ନନ ପ୍ଲାନ ସ୍କିମ ଅନ୍ତର୍ଭୁକ୍ତ ହାଇସ୍କୁଲ ଅଟେ, ସରକାର ଙ୍କ ନିର୍ଦେଶ ଅନୁଯାଇ ସରକାରୀ କରଣ ଉଦେଶ୍ୟ ରେ ଉକ୍ତ ସ୍କୁଲ ର ମ୍ୟାନଜିଙ୍ଗ କମିଟି 1994ମସିହା sept ମାସରେ ଏକ ରିଯୋଲେସନ ମାଧ୍ୟମ ରେ ସ୍କୁଲ ର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ସରକାର ଙ୍କୁ ହସ୍ତାନ୍ତର କରାଗଲା, ବଡ଼ ଦୁଃଖ ଓ ପରୀତାପ ର ବିଷୟ 1995ମସିହା ରେ ସରକାର ଦୁଇ ଦଫା ରେ 3012ସ୍କୁଲ କୁ ନୂତନ ସରକାରୀ ଭାବରେ ଘୋଷଣା କଲେ ଅଥଚ ସରକାର ଙ୍କ ଉଚ୍ଚ ପଦସ୍ତ ଅଫିସର ଅମଲାତନ୍ତ୍ର ଙ୍କ ଉଦାସୀନତା ହେତୁ 51ବର୍ଷ ର ପୁରାତନ ସ୍କୁଲ ଏ ପର୍ଯ୍ୟନ୍ତ ସରକାରୀ ସ୍କୁଲ ଭାବେ ମାନ୍ୟତା ପାଇ ପାରିଲା ନାହିଁ,ଜିଲ୍ଲା ର ଏକ ମାତ୍ର ସ୍କୁଲ ସରକାରୀ ନ ହୋଇ ପଡ଼ିରହିଛି, ଏଣୁ ବାଧ୍ୟ ହୋଇ ସ୍କୁଲ ର ମ୍ୟାନେଜିଙ୍ଗ କମିଟି ସରକାରୀ ହେବାପାଇଁ ହାଇକୋର୍ଟ ରେ ଏକ କେସ ଦାଏର କରିଥିଲେ,1914ମସିହା ରେ ଓଡିଶା ହାଇକୋର୍ଟ ଚିଠି ନମ୍ବର 1118MASS ଏଜୁକେଶନ ଓଡିଶା କୁ ଦୁଇ ମାସ ଭିତରେ ଉକ୍ତ ସ୍କୁଲ କୁ ହାତ କୁ ନେବାକୁ ନିର୍ଦେଶ ଦେଇଥିଲେ, କରଣ ଉକ୍ତ ସ୍କୁଲ 1974ମସିହା ରୁ ସରକାର ଙ୍କ ସମସ୍ତ ଆର୍ଥିକ ସୁବିଧା ଉପଭୋଗ କରିଆସୁଅଛି, ସରକାର ଏହାକୁ ହାତ କୁ ନେଲେ ଘର ଭଡ଼ା ଛଡା ସରକାର ଙ୍କ ଉପରେକୌଣସି ଆର୍ଥିକ ବୋଝ ପଡିବ ନାହଁ, ବର୍ତ୍ତମାନ ଏହି ସ୍କୁଲ ରେ ନବମ ଓ ଦଶମ ରେ 150ଜଣ ଛାତ୍ର ଛାତ୍ରୀ ଅଧୟନ ରତ, ଏଠାରେ କେହି ସ୍ଥାୟୀ ଶିକ୍ଷକ ନାହାନ୍ତି, ମାତ୍ର 2ଜଣ ଡେପୁଟେଡ଼ ଶିକ୍ଷକ ଙ୍କ ଦ୍ୱାରା ଶିକ୍ଷା ଦାନ ଚାଲୁଅଛି, ସ୍ଥାୟୀ ଶିକ୍ଷକ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭୁଷୁଡ଼ି ପଡିଛି, ବର୍ତ୍ତମାନ 5T ଅଧୀନ ରେ ସ୍କୁଲ ର ଶ୍ରେଣୀ ଗୃହ ଓ ବାଉଣ୍ଡାରୀ ୱାଲ କାର୍ଯ୍ୟ ଧୁମ ଧାମ ରେ ଆଗେଇ ଚାଲିଛି, ତେଣୁ ଉକ୍ତ ସ୍କୁଲ କୁ ସରକାରୀ ଘୋଷଣା କରାଗଲେ ଉକ୍ତ ପଂଚାୟତ ଲୋକ ମାନଙ୍କର ବହୁ ଦିନର ଆଶା ଓ ଆକାଂକ୍ଷା ପୂରଣ ହେବା ସଂଗେ ସଙ୍ଗେ ଅଧୟନ ରତ ଛାତ୍ର ଛାତ୍ରୀ ମାନେ ଉପକୃତ ଲାଭ କରନ୍ତେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button