World

ଘଣ୍ଟାପଡ଼ା-ବସାଶଙ୍କର ତେଲ ନଦୀର ସେତୁ ନିର୍ମାଣର ଦୀର୍ଘଦିନ ପରେ ମଧ୍ୟ ଆପ୍ରୋତ୍ ରାସ୍ତା ପାଇଁ ଗମନାଗମନ ବାଧାପ୍ରାପ୍ତ । କନିଷ୍ଠ ଯନ୍ତ୍ରୀ ନଥିବାରୁ ବିକାଶ ବାଧାପ୍ରାପ୍ତ,

 

କଣ୍ଟାମାଳ, ୧୮/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡ଼ା ତେଲ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା ନିର୍ମାଣଧୀନ ଘଣ୍ଟାପଡ଼ା-ବସାଶଙ୍କରର ସମ୍ପର୍କର ସେତୁ ଦୀର୍ଘ ଦିନ ହେଲା ନିର୍ମାଣ କାର୍ଯ୍ୟ ଶେଷ ହେଲାଣି। ଅଥଚ ସେତୁର ଉଭୟ ପାର୍ଶ୍ବର ଆପ୍ରୋତ ରାସ୍ତା ନିର୍ମାଣ କାର୍ଯ୍ୟ ଧିମେଇ ଯାଇଥିବାରୁ ଅଞ୍ଚଳର ଜନସାଧାରଣ ଆଶା ଓ ଉରସା ତୁଟିବାକୁ ବସିଲାଣି। କାରଣ ଖୋଜିବାରେ ଅନେକ ଦିନ ହେଲା ଉକ୍ତ ସଂସ୍ଥାରେ ଜିଲ୍ଲାରେ କୌଣସି କନିଷ୍ଠ ଯନ୍ତ୍ରୀ ନାହାନ୍ତି। ଯିଏ ଥିଲେ ସେ ଅନ୍ୟତ୍ର ବଦଳି ହେବାରୁ ଏସଡିଓ ନିଜେ କାମ ଦେଖାଦେଖି କରୁଛନ୍ତି। ଜିଲ୍ଲା ସଦର ମହକୁମାରୁ ଘଣ୍ଟାପଡ଼ାକୁ ୧୦୦ କି:ମି. ପଡୁଥିବାରୁ ସେ ଆସି କାମ ଦେଖାଦେଖି କରିପାରୁନାହାନ୍ତି।ତେଣୁ ବୌଦ୍ଧ ଜିଲ୍ଲାରେ ବିକାଶରେ ବାଧକ ସାଜିଛି କମିଚାରୀ ଅଭାବ । ଏନେଇ ଆଜି ଘଣ୍ଟାପଡ଼ାର ଗ୍ରାମବାସୀ ଗ୍ରାମର ଜମିଦାର ବସନ୍ତ ମାଝୀ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଦେହୁରୀ,ସମିତି ସଭ୍ୟା ପ୍ରତିନିଧି ଅନନ୍ତ ମାଝୀ ପ୍ରମୁଖ ଅନେକ ବ୍ୟକ୍ତି ଠିକାଦାରଙ୍କୁ ଓ ବିଭାଗୀୟ ଏସଡିଓ ବିଦ୍ୟାଧର ମହାନ୍ତିଙ୍କୁ ଅଭିଯୋଗ କରିଥିଲେ ଓ ତୁରନ୍ତ ଜଣେ କନିଷ୍ଠ ଯନ୍ତ୍ରୀ କିମ୍ବା ପୂର୍ବରୁ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି କରିବାପାଇଁ ଦାବି ଜଣାଇଛନ୍ତି ଓ ଉଚ୍ଚ କର୍ତ୍ତୁପକ୍ଷଙ୍କ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button