LIVE TV

ଢେ଼ଙ୍କାନାଳ ଜିଲ୍ଲା SBI ଗ୍ରାହକ ସେବା କେନ୍ଦ୍ର ର ବନ୍ଧୁମିଳନ ଉତ୍ସବ ଓ ଜିଲ୍ଲା ସଂଘ ଗଠନ, ପ୍ରଶାନ୍ତ ସାହୁ ସଭାପତି ଓ ଦିବ୍ୟରଞ୍ଜନ ସାହୁ ସମ୍ପାଦକ ଭାବେ ମନୋନୀତ

 ଢ଼େଙ୍କାନାଳ ଜିଲ୍ଲା ମହୁଲଖାଲି ଠାରେ ଜିଲ୍ଲାର ସମସ୍ତ SBI ଗ୍ରାହକ ସେବା କେନ୍ଦ୍ର ର ପରିଚାଳକ ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ତଥା dyanamic CSP ପରିଚାଳକ ଶ୍ରୀଯୁକ୍ତ ବିମଳ କୁମାର ପଣ୍ଡା,ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀଯୁକ୍ତ ଅଞ୍ଜନ କୁମାର ପଣ୍ଡା ଓ ଶ୍ରୀଯୁକ୍ତ ଗୋପବନ୍ଧୁ ବେହେରା ଙ୍କ ସହଯୋଗରେ ଏବଂ ରାଜ୍ୟ ସଂଘ ର ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର କର, ରାଜ୍ୟ ଏକ୍ଜିକ୍ୟୁଟିଭ ସଦସ୍ୟ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଓ ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ଙ୍କ ଉପସ୍ଥିତି ରେ ଜିଲ୍ଲାର ପ୍ରାୟ ସମସ୍ତ SBI ଗ୍ରାହକ ସେବା କେନ୍ଦ୍ର ର ପରିଚାଳକ ମାନେ ଯୋଗ ଦେଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ସହ ବ୍ୟାଙ୍କ୍ ଓ BC

ମାନେ ବିଭିନ୍ନ କ୍ଷେତ୍ରରେ ସମସ୍ୟା ସୃଷ୍ଠି କରୁଥିବା କୁ ନେଇ ଜିଲ୍ଲା ସଂଘ ଗଠନ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିଲା। ଦୀର୍ଘ 10ବର୍ଷ ହେବ ସଂଘ ଗଠନ ହୋଇଥିଲେ ହେଁ ରେଜିଷ୍ଟ୍ରେସନ ହୋଇନଥିଲା, ଉକ୍ତ ବନ୍ଧୁମିଳନ ଉତ୍ସବ ରେ ତାହାକୁ ସଫଳ ରୂପାୟନ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ସହମତି ପ୍ରଦାନ କରିବା ପରେ SBI KIOSK OPERATOR ASSOCIATION, DHENKANAL ନାମ ରଖାଯାଇଥିଲା।ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ସଭାପତି , ଶ୍ରୀଯୁକ୍ତ ଶୁଭେନ୍ଦୁ ମିଶ୍ର ଉପସଭାପତି, ଶ୍ରୀଯୁକ୍ତ ଦିବ୍ୟ ରଞ୍ଜନ ସାହୁ ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ଅଞ୍ଜନ କୁମାର ପଣ୍ଡା ଙ୍କୁ ମନୋନୀତ କରାଯାଇଥିଲା,ରେଜିଷ୍ଟ୍ରେସନ ଆଇନ ଅନୁଯାୟୀ 5ଜଣ ଏକ୍ଜିକ୍ୟୁଟିଭ୍ ସଦସ୍ୟ ଶ୍ରୀଯୁକ୍ତ ବିମଳ କୁମାର ପଣ୍ଡା, ଶ୍ରୀଯୁକ୍ତ ସନ୍ତୋଷ କୁମାର ପରିଡ଼ା, ଶ୍ରୀଯୁକ୍ତ ବିଜୟ ମହାରଣା, ଶ୍ରୀମତୀ ମଧୁମିତା ମିଶ୍ର ଓ ଶ୍ରୀଯୁକ୍ତ ସୁନିଲ କୁମାର ମିଶ୍ର ଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା। ସଂଘର କୋ ଅର୍ଡିନେଟର ଭାବେ ଗୋପବନ୍ଧୁ ବେହେରା ଙ୍କୁ ଚୟନ କରି ଖୁବ୍ ଶୀଘ୍ର ଏହି ରେଜିଷ୍ଟ୍ରେସନ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଂଘ ଉପସଭାପତି ଓ ଏକ୍ସାକୁଟିଭ ସଦସ୍ୟ ପରାମର୍ଶ ଦେଇଥିଲେ।

ଭୁବନ ରୁ ସ୍ଵତନ୍ତ୍ର ପ୍ରତିନିଧି ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button