LIVE TV

ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଯାପିତ

ଉଲୁଣ୍ଡା 18/12 ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ଉଦଯାପିତ ହୋଇଯାଇଛି।ଚଳିତ ବର୍ଷ ତା.୦୭/୧୨ ରିଖ ଠାରୁ ତା.୧୭/୧୨ରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଆସୁଥିଲା l ଆଜି ଏହି ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନ୍ତିମ ରଜନୀରେ ପହଞ୍ଚି ଉଦଯାପିତ ହୋଇଯାଇଅଛି l କମିଟି ସଭାପତି ଗୋବିନ୍ଦ ଦାସ ତରାଇ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଉଲୁଣ୍ଡା ଜୋନର ଜିଲ୍ଲା ପରିଷଦ ସଭ୍ୟା ବିଜୟାଲକ୍ଷ୍ମୀ ତରାଇ, ସମାଜସେବୀ ହରି ଶଙ୍କର ତରାଇ, ସରପଞ୍ଚ ସଙ୍ଘ ସଭାପତି ଅଶୋକ ପଣ୍ଡା ଓ ସମାଜସେବୀ ବସୁଦେବ ଭୋଇ ଯୋଗ ଦେଇଥିଲେ।କଂସ ଭୂମିକାରେ ମହାରାଜ ଗୋପାଳ ଚନ୍ଦ୍ର ପଣ୍ଡା ଅଭିନୟ କରି ଲୋକଙ୍କ ମନ ମୋହିଥିଲେ।ଶେଷ ରଜନୀରେ ଶ୍ରୀକୃଷ୍ଣ ଙ୍କ ଦ୍ଵାରା କଂସ ଙ୍କ ନିଧନ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ବିଶ୍ଵଜିତ ପାତ୍ର ସଭା ପରିଚାଳନା କରିଥିବା ବେଳେ ମହେଶ ରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ ଦେଇଥିଲେ। କଂସ ଦରବାର, ଲୋକନୃତ୍ୟ, ଅକେଷ୍ଟା, ମିନାବଜାର, ନୃତ୍ୟ ସଂଗୀତ, ରୁମକୁଝୁମାନା ମେଲୋଡ଼ି କାର୍ଯ୍ୟକ୍ରମ, ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଲୋକ ଉପଭୋଗ କରିଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button