LIVE TV

ନୀତା ନୃତ୍ୟାଙ୍ଗନା ଅନୁଷ୍ଠାନ ର ୨ୟ ସଙ୍ଗମ ମହୋତ୍ସବ ଓ ୫ମ ବାର୍ଷିକ ଉତ୍ସବ

ଢେଙ୍କାନାଳ ର ନୀତା  ନୃତ୍ୟାଙ୍ଗନା ଅନୁଷ୍ଠାନ ର ୨ୟ ସଙ୍ଗମ ମହୋତ୍ସବ ଓ ୫ମ ବାର୍ଷିକ ଉତ୍ସବ ୧୭.୧୨.୨୦୨୩ (ରବିବାର) ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯକ୍ରମ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। ତଥା ଉତଯାପନୀ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ , ଢେଙ୍କାନାଳ ବିଧାୟକ, ସମ୍ମାନୀୟ ଅତିଥି ଭାବରେ ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଅଧ୍ୟକ୍ଷା ଜିଲ୍ଲାପରିଷଦ, ଢେଙ୍କାନାଳ, ସମ୍ମାନନୀୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର କୁଁଅର ଉପନଗରପାଳ, ପୌରପରିଷଦ, ଢେଙ୍କାନାଳ, ବରିଷ୍ଠ ବରିଷ୍ଠ ସାମ୍ବାଦିକ ରତନ ନାୟାର

ନିର୍ଦ୍ଦେଶକ, ସଙ୍ଗମ ମହୋତ୍ସବ ଏବଂ ଶ୍ରୀଯୁକ୍ତ ଦୀପକ ପ୍ରସାଦ ପଟ୍ଟନାୟକ , ମୁଖ୍ୟ ଉପଦେଷ୍ଟା ସଙ୍ଗମ ମହୋତ୍ସବ ଉପସ୍ଥିତ ରହିଥିଲେ । ପ୍ରଥମେ ଅନୁଷ୍ଠାନ ର ସମ୍ପାଦକ ଆଶିଷ କୁମାର ପାଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଅଭିଭାଷଣ ପରେ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଶେଷ ରେ ଅନୁଷ୍ଠାନ ର କଳାକାର ତଥା କୁନି କୁନି ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।

 

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button