ହିନ୍ଦୁ ଏକତା ମଞ୍ଚର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ସଭା !

କୁଜଙ୍ଗ ::– ସରକାରଙ୍କର କେତେ ଗୁଡ଼ାଏ ନୀତି ନିୟମକୁ ବିରୋଧ କରି ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ହିନ୍ଦୁ ଏକତା ମଞ୍ଚ ସାଙ୍ଗଠନିକ ପ୍ରକ୍ରିୟା ଅବ୍ୟାହତ ରଖିଛି ! ହିନ୍ଦୁ ମଠ ମନ୍ଦିର ମାନଙ୍କରୁ ସରକାରଙ୍କ ଅଧିକାର ହଟାଇବା ଓ ଗୋମାତାର ସୁରକ୍ଷାକୁ କଡାକଡି ଭାବେ ପାଳନ କରାଯିବାକୁ ଆବଶ୍ୟକ ରହିଛି ବୋଲି ନିଜନିଜର ମତ ରଖିଥିଲେ ରାହାମା ସ୍ଥିତ ଶିଶୁ ମନ୍ଦିର ପରିସରରେ ଆୟୋଜିତ ହିନ୍ଦୁ ଏକତା ମଞ୍ଚ ସଭାରେ ଉପସ୍ଥିତ ଅତିଥିବୃନ୍ଦ ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ ରାହାମା ଶିଶୁମନ୍ଦିର ପରିସରରେ ଜିଲ୍ଲା ସଂଯୋଜିକା ସ୍ନେହମୟୀ ଆଚାର୍ଜ୍ୟଙ୍କ ତତ୍ୱାବଧାନ ରେ ଆୟୋଜନ କରାଯାଇଛି ହିନ୍ଦୁ ଏକତା ମଞ୍ଚର ଜିଲ୍ଲା ସ୍ଥରୀୟ ସାଙ୍ଗଠନିକ ସଭା !ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଅଣାକାର ଆଶ୍ରାମର ଅଧ୍ୟକ୍ଷ ସ୍ୱାମୀ ଶ୍ରୁତିସାଗର ମହାରାଜଜୀ ! ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ଜେନା ମହୋଦୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଥିଲେ ସାନ୍ୟାସିନୀ ମାତା ଅରୁନ୍ଧତୀ, ଆଡ଼ଭୋକେଟ ଗତିକୃଷ୍ଣ ଶତପଥୀ, ଉତ୍କଳ ସାହିତ୍ୟ ସଂଗଠନ ର ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ, ସହ ସଂଯୋଜକ ସୁରେନ୍ଦ୍ର ମହାନ୍ତି, ଶାସ୍ତ୍ରବିତ ପଣ୍ଡିତ ପ୍ରଶାନ୍ତ ଶତପଥି, ଚନ୍ଦ୍ରକାନ୍ତ ନାୟକ, ବ୍ରଜକିଶୋର ଜେନା, ଗଦାଧର ମହାରଣା, ଡକ୍ଟର ଅକ୍ଷୟ ମିଶ୍ର, ଡକ୍ଟର ପ୍ରଭାତ ସାହୁ, ଅଧ୍ୟାପକ ନିରଞ୍ଜନ ସାମଲ, ଆଡ଼ଭୋକେଟ ରଜତକାନ୍ତି ମିଶ୍ର ! ଏହି ସଭାରେ ସଭାପତିତ୍ୱ କରିଥିଲେ ଗୋଲକ ଚନ୍ଦ୍ର ପଲେଇ ! ମଞ୍ଚ ପରିଚାଳନା କରିଥିଲେ ପଣ୍ଡିତ ସିଦ୍ଧେଶ୍ବର ପଣ୍ଡା ! ସଭା ପ୍ରାରମ୍ଭରେ ସମସ୍ତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !