ବିଜେବି କଲେଜର ଆଲୁମିନି ମିଟ 2023 ଅନୁଷ୍ଠିତ.

ଭୁବନେଶ୍ୱର ଆଜି ବିଜେବି କଲେଜର ଆନୁଆଲ ରିୟୁନିଅନ 2023 ଆଲୁମିନି ବଡ ସମାରୋହରେ ଉତ୍ସାହରେ ପାଳନ କରାଯାଇଅଛି. ଏହି ଉପଲକ୍ଷେ କଲେଜର ପୁରୁଣା ଛାତ୍ରଛାତ୍ରୀ ମାନେ ଓ ବର୍ତମାନର ଛାତ୍ରଛାତ୍ରୀ ମାନଙ୍କର ମିଳନ ହେବାର ସୌଭାଗ୍ୟ ଜୁଟିଥିଲା. ଏହି କଲେଜର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବର୍ତମାନର ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ହାଇକୋର୍ଟର ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ରାଜ୍ୟ ସଭାର ମାନ୍ୟବର ଏମ ପି ଅମର ପଟ୍ଟନାୟଙ୍କ ପ୍ରଭୁତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବାବେଳେ ସମସ୍ତେ ବିଗତ
ଦିନର ସ୍ମୃତି ଚାରଣ କରିଥିଲେ ଓ ବର୍ତମାନ କଲେଜର ଉନ୍ନତି କଥା ଆଲୋଚନା କରିଥିଲେ. ଏହି ଉପଲକ୍ଷେ ବର୍ତମାନର ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା. ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା ହଷ୍ଟେଲର ଉଦଘାଟନ ଖୁବ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ ବୋଲି ସୂଚନା ଦେଇଥିଲେ. ଏଠାକୁ ଆସି ମୁ ବହୁତ ଖୁସି, ଏଠାରେ ଯୁଗ୍ମ ଅଡିଟରିଅମ ହେବାକୁ ଯାଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି, ଅର୍ଥ ପ୍ରଦାନ କରିଛନ୍ତି ଓ ସ୍ଟୁଡେଣ୍ଟସ ମାନଙ୍କର ବିକାଶ ପାଇଁ କାମ ଚାଲିଛି ବୋଲି କହିଛନ୍ତି ମାନ୍ୟବର ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ. ଆମେ ଯେତେବେଳେ ପଢ଼ୁଥିଲୁ ବିଜେବି କଲେଜ ନା ଆମ ପାଇଁ କାଫି, ସ୍କୁଲରେ ପଢିଲା ବେଳେ ଆମର ଚଏସ ଅନୁସାରେ କିଛି ନ ଥିଲା କିନ୍ତୁ କଲେଜରେ ପଢିବା ପାଇଁ ଆମ ଇଛା ଅନୁସାରେ କଲେଜ ଠିକ କରିଥାଉ, ଭଲ ପଢିଲେ ଭଲ କଲେଜରେ ଆଡ଼ମିସନ କରାଇବାକୁ ଘରେ ଲୋଭ ଦେଖାଇ ବିଭିନ୍ନ କଥା କହୁଥିଲେ ସେ ସବୁ ଆଜି ମନେ ପଡୁଛି ଏହି କଲେଜ ସମାଜକୁ ବହୁ ଅବଦାନ ଦେଇଛି ବହୁ ଛାତ୍ରଛାତ୍ରୀ ଏହି କଲେଜରୁ ଯାଇ ମଣିଷ ହୋଇଛନ୍ତି ବୋଲି କହିଛନ୍ତି ପୁରାତନ ଛାତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ.84/85ମସିହା କଥା ମନେ ପଡିଯାଉଛି, ଏହି କଲେଜର ଧୂଳି ମାଟିରେ ଆମେ ଖେଳୁଥିଲୁ, ଏହି ଷ୍ଟେଜ ଯେଉଁଠି ଆଜି ମୁ ଆଙ୍କରିଂ କରୁଛି ସେଇଠି ଡ୍ରାମା କରୁଥିଲୁ ବୋଲି ଭାବ ବିହ୍ଵଳ ହୋଇ ସେ ଦିନର ସ୍ମୃତି ମନେ ପକାଇଥିଲେ ଆଜିର ଉପସ୍ଥାପକ ତଥା ମହର୍ଷି କଲେଜର ଇକୋନୋମିକ୍ସ ବିଭାଗର ଅଧ୍ୟାପକ ନମିତା ପଟ୍ଟନାୟକ. ଏହି ଉପଲକ୍ଷେ ଭୋଜି ଭାତ ଓ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍