LIVE TV

ଘଣ୍ଟାପଡ଼ା ପେଟ୍ରୋଲ ପମ୍ପ ଆଗରେ ୨ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର, ଗୁରୁତରଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ   

 

କଣ୍ଟାମାଳ, ୧୭/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲା କଣ୍ଟାମାଳ ବ୍ଳକର ମନମୁଣ୍ଡା-ସିନ୍ଧିଗୋରା ୪୧ନଂ ରାଜ୍ୟ ରାଜପଥର ଘଣ୍ଟାପଡ଼ା ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଶନିବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି l ଏହି ଦୁର୍ଘଟଣାରେ ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି l ଦୈବାତ ସେହି ରାସ୍ତାଦେଇ ଯାଉଥିବା ବିଧାୟକ ମହିଧର ରଣା ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ଦୁଇ ଗୁରୁତରଙ୍କୁ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ l ସୂଚନା ପ୍ରକାରେ ଖମନମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରୁ ତେଲ ଭରି ଫେରିବା ସମୟରେ କଣ୍ଟାମାଳ ପଟୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁଂହାମୁହିଁ ଧକ୍କା ହୋଇଥିଲା l

 

ଆହତ ଦୁଇ ବାଇକ ଚାଳକ ହେଲେ ଖମନମୁଣ୍ଡା ଗ୍ରାମର ରମେଶ ଷାଣ୍ଢ ଓ ସିଲେଟପଡ଼ା ଗ୍ରାମର ଭଗବାନ ଝାଙ୍କର l କୌଣସି କାର୍ଯ୍ୟରେ ଯାଉଥିବା ବିଧାୟକ ମହିଧର ରଣା ଘଟଣା ସ୍ଥଳରେ ପହଞ୍ଚି ସହଯୋଗର ହାତ ବଢାଇଥିଲେ । ଦୁଇ ଗୁରୁତରଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ପରେ ଭଗବାନ ଝାଙ୍କରଙ୍କ ଅବସ୍ଥା ଗୁରୁତର ଥିବାରୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button