ଛତିଆ ସମାଜ ସେବୀ ସଂଗଠନ ର ବନ୍ଧୁ ମିଳନ ଉତ୍ସବ

ଆଜି ଛତିଆ ସମାଜ ସେବୀ ସଂଗଠନ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଅମରବତୀ ନିକଟ ମା ବୁଢ଼େଇ ଠାକୁରାଣୀ ଙ୍କ ପୀଠ ରେ ଅନୁଷ୍ଠିତ ହୋଇଯାଇଅଛି, ସିଦ୍ଧଗିରି ଆଶ୍ରମ ର ବାବାଜୀ ବିଶ୍ୱନାଥ ଦାସ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭ
ଉଦଘାଟନ କରିଥିଲେ, ଦର୍ପଣ ତହସିଲ ର ପୂର୍ବତନ ତହସିଲଦାର ପ୍ରଦୀପ୍ତ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ସ୍ୱେଚ୍ଛାସେବୀ ଭାଇ ମାନଙ୍କୁ ସମାଜ ସେବା କରିବା ପାଇଁ ଖୋଲା ହୃଦୟରେ ଆଗେଇଆସ ବୋଲି ଆହ୍ୱାନ କରିଥିଲେ, ଏହି ଅବସର ରେ ଛତିଆ ଆଗାମୀ କଳା ନିକେତନ ପକ୍ଷରୁ କୁନି କୁନି କଳାକାର ମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ,
ସୁପ୍ରିୟା ନନ୍ଦ ଏହାକୁ ପରିଚାଳନା କରିଥିଲେ, ଶିକ୍ଷାବିତ ଭରତ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଦୟାନିଧି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ, ଶିକ୍ଷାବିତ ଅଶୋକ ମହାନ୍ତି ଦେବାର୍ଚନ ସାହୁ ଓ ସାମ୍ବାଦିକ କାର୍ତିକ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରାଇଥିଲେ, ସଂଗଠନ ର ସଭାପତି ସୋମ୍ୟରଞ୍ଜନ ବେହେରା ଉପ ସଭାପତି ନୃସିଂହ ଚରଣ ରାଉତ ସମ୍ପାଦକ ଆଦିତ୍ୟ ଶଙ୍କର କୋଷାଧକ୍ଷ ରଞ୍ଜନ ସିଂହ ସହ ସମ୍ପାଦକ ହୃଷିକେଶ ସେଠି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ସଭ୍ୟ ସଭ୍ୟା ଏଥିରେ ସହଯୋଗ କରିଥିଲେ,20ଜଣ ଙ୍କୁ ନୂତନ ସଭ୍ୟ ଭାବରେ ସଂଘ ରେ ଗ୍ରହଣ କରାଯାଇଥିଲା, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୂର୍ଜ୍ ।