LIVE TV

ଘଣ୍ଟାପଡା ପୁଲିସ ପକ୍ଷରୁ ୧୨ହଜାର ଗଞ୍ଜେଇ ଗଛ ନଷ୍ଟ

 

କଣ୍ଟାମାଳ,୧୭।୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଘଣ୍ଟାପଡା ଥାନା ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ଗଞ୍ଜେଇ ନଷ୍ଟ କରାଯାଇଛି l ସୂଚନାପ୍ରକାରେ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡନପଡା ଜଙ୍ଗଲରେ ଗଞ୍ଜେଇ ରୋପଣ ହୋଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡା ଥାନାଧିକାରୀ ବଳଭଦ୍ର ଗଣ୍ଡାଙ୍କ ନେତୃତ୍ଵରେ ଗଞ୍ଜେଇ ଗଛ ରୋପଣ ଜଙ୍ଗଲରେ ଚଢ଼ାଉ କରିଥିଲେ l ପ୍ରାୟ ୧୦ ଏକର ପରିମିତ ଜାଗାରେ ବେଆଇନ ଭାବେ ଲଗାଯାଇଥିବା ୧୨ହଜାର ଗଞ୍ଜେଇ ଗଛ କାଟିବା ସହିତ ପୋଡି ନଷ୍ଟ କରିଛନ୍ତି l ଉକ୍ତ ଚଢ଼ାଉରେ ଥାନାଧିକାରୀ ଶ୍ରୀ ଗଣ୍ଡାଙ୍କ ସମେତ ଏସଆଇ ବିଶ୍ଵାମିତ୍ର ଲୋଇ, କନଷ୍ଟେବଳ ଦାମୋଦର ନାୟକ, ହୋମଗାର୍ଡ ଜଳେଶ୍ୱର କୁମ୍ଭାର, ଗିରିଶ ଚନ୍ଦ୍ର କହଁର, ଶିରିଧାରୀ ମାଝୀ , ୨ ସେକସନ ଯବାନ ଓ ଶ୍ରମିକ ସାମିଲ ଥିଲେ l ଆଗାମୀ ଦିନରେ ଗ୍ରୀନ ସୁଇପ ଅଭିଯାନକୁ ସୁଦୃଢ଼ କରି ଅଞ୍ଚଳରୁ ସମସ୍ତ ବେଆଇନ ଗଞ୍ଜେଇ ଗଛ ନଷ୍ଟ କରାଯିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଥାନାଧିକାରୀ ଶ୍ରୀ ଗଣ୍ଡା।

 

କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button