ଖୁବଶୀଘ୍ର ମୁକ୍ତିଲାଭ କରିବ କ୍ଷୁଦ୍ର ଚଳଚ୍ଚିତ୍ର *ରିଲୋ ରିଲୋ

-ରାଇଘର, ସ୍ଥାନୀୟ ମୁଖ୍ୟ ଦପ୍ତରସ୍ଥ ରତ୍ନମଞ୍ଜରୀ ଆର୍ଟ ନିବେଦିତ କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ ମୁକ୍ତିଲାଭ ହେବାକୁ ଯାଉଛି. ପୂର୍ବରୁ ରତ୍ନମଞ୍ଜରୀ ଆର୍ଟ ତରଫରୁ ମୃତ୍ୟୁର ଶବ୍ଦ,କଞ୍ଚାମାଟି, ଆଶା ଇତ୍ୟାଦି କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକ ସଫଳତାର ସହିତ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁପାରିଥିବା ବେଳେ ଏହା ହେଉଛି ଅନୁଷ୍ଠାନ ର ଚତୁର୍ଥ କ୍ଷୁଦ୍ର ଚଳଚ୍ଚିତ୍ର. ବିଗତ ଚଳଚ୍ଚିତ୍ର ମାନଙ୍କ ଭଳି ସମାଜର ଘଟୁଥିବା ନିଛକ ଘଟଣା ଓ ଦୁର୍ଘଟଣା କୁ ସମାଜ ଆଗରେ ରଖି ବାକୁ ଚେଷ୍ଟା କରିଛି ଏହି ଚଳଚ୍ଚିତ୍ର.ପୂର୍ବରୁ ରତ୍ନମଞ୍ଜରୀ ଆର୍ଟ ର ପ୍ରତ୍ୟେକ ଟି କଳାକାର ଯେପରି ନିଜ ନିଜର ସଫଳ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ସେମାନଙ୍କ ସହିତ ଆଉ କିଛି ନୂଆ ମୁହଁକୁ ନେଇ ପ୍ରସ୍ତୁତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଟିର ନିକଟରେ ଶୁଭ ମୁକ୍ତି ହେବାକୁ ଯାଉଥିବାରୁ କଳା ସଂସ୍କୃତି ପ୍ରେମୀ ଜନତାଙ୍କ ମୁହଁରେ ଏହା ଘୋର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ରିଲୋ ରିଲୋ ଚଳଚ୍ଚିତ୍ର ର ପ୍ରଯୋଜକ ଭାବେ ଧନଞ୍ଜୟ ମଲ୍ଲ ଙ୍କୁ ଦେଖିବାକୁ ମିଳିଥିବା ବେଳେ ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶନା, ରଚନା ଓ ସମ୍ପାଦନା ଦେଇଛନ୍ତି ରୋଶନ ବରାଳ, ସହ ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ରେ କେଶବ ପଟ୍ଟନାୟକ ଓ ସଂଗୀତରେ ଚିତ୍ରସେନ ଦୁର୍ଗାଙ୍କୁ ଦେଖିବାକୁ ମିଳିଛି. ଆସନ୍ତା ନୂଆବର୍ଷରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ସହିତ ସ୍ଥାନୀୟ ନୂଆ ନୂଆ ଚେହେରାକୁ ନେଇ ପ୍ରତ୍ୟେକ ବର୍ଷ ରତ୍ନମଞ୍ଜରୀ ଆର୍ଟ ପରିବାର ଦର୍ଶକ ମାନଙ୍କୁ ଏହିଭଳି କ୍ଷୁଦ୍ର ଚଳଚ୍ଚିତ୍ର ଭେଟିଦେବ ବୋଲି ପ୍ରକାଶ କରିଛନ୍ତି ଚଳଚ୍ଚିତ୍ରର ପ୍ରଯୋଜକ ଧନଞ୍ଜୟ ମଲ୍ଲ। ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍