LIVE TV

ହୁଣ୍ଡିଭାଙ୍ଗିବା ମାଷ୍ଟର ମାଇଣ୍ଡ କୁ ଧରି ପାରିନି ପୋଲିସ ଅପରପକ୍ଷେ ହୁଣ୍ଡିର ଟଙ୍କା ଗଣତି ଆରମ୍ଭ

ତିର୍ତ୍ତୋଲ –:: ତିନିଦିନ ପରେ ବି ଧରା ପଡିନି ଶାରଳା ମନ୍ଦିର ଦାନବାକ୍ସ ର ତାଲାଭାଙ୍ଗି ଚୋରି କରିଥିବା ଲୁଟେରା !, ପୋଲିସ ଧରିବାପାଇଁ ସମର୍ଥ ହୋଇ ପାରିନାହିଁ ମାଷ୍ଟରମାଇଣ୍ଡ ଲୁଟେରାକୁ । ଆଉ ଯାହାକୁ ପୋଲିସ ସନ୍ଦେହରେ ପଚରାଉଚରା କରୁଛି ସେ ଜଣେ ଦୀନ ମଜୁରିଆ ଓ ଶୁଆ ଶାରୀ ନାମରେ ପରିଚିତ ଟଲି ଚାଳକ ଓ ତାର ସ୍ତ୍ରୀ ! ତିର୍ତ୍ତୋଲ ପୋଲିସ ସେଇ ମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ବୋଲି , ପୋଲିସ ତରଫରୁ କୁହାଯାଉଥିବା ବେଳେ ପ୍ରକୃତ ଚୋର ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି । ଅଟକ ଥିବା ୩ ଜଣ, ଏମିତି ଦୁଃସାହସ କରିପାରିବେ ନାହିଁ ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ହୁଣ୍ଡି ରୁ ଚୋରି ଯାଇଥିବା ଟଙ୍କା ରୁ ଯେତିକିଟଙ୍କା ପୋଲିସ ଉଦ୍ଧାର କରିଛି, ତାହା ବର୍ତ୍ତମାନ ପୋଲିସ ହେପାଜତରେ ଥିବା ବେଳେ , ହୁଣ୍ଡିରେ ଗଚ୍ଛିତ ଥିବା ଟଙ୍କା, ଧନୁ ସଂକ୍ରାନ୍ତି, ଶନିବାର ଦିନ ସକାଳ ୯ ଟାରୁ , ମନ୍ଦିର କାର୍ଯ୍ୟାଳୟ ରେ ଗଣତି ଆରମ୍ଭ ହୋଇଯାଇଛି। ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା , ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର ଙ୍କ ସହିତ ତହସିଲ ଅଫିସର କର୍ମଚାରୀ , ପୋଲିସକର୍ମଚାରୀ ଓ ମନ୍ଦିର କର୍ମଚାରୀ ମାନେ ଏହି ଟଙ୍କା ଗଣତି କାମରେ ନିୟୋଜିତ ହୋଇଥିବା ବେଳେ ଟଙ୍କାଗଣା ମେସିନ୍ ମଧ୍ୟ ବ୍ୟବହୃତ ହେଉଥିବାର ଦେଖିବାକୁ ମିଳୁଛି । ମାତ୍ର ଅଟକ ଥିବା ଲୋକଙ୍କ କଦଳୀବାଡି ରୁ ପୋଲିସ ଉଦ୍ଧାର କରିଥିବା ଟଙ୍କାର ପରିମାଣ କେତେ ? ତାହା ଏବେବି ରହସ୍ୟାବୃତ ହୋଇ ରହିଛି । ବିଳମ୍ବିତ ରାତିରେ ଗଣତି ପ୍ରକ୍ରିୟା ଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button