ମଲିକୁଦ ଗ୍ରାମରେ କୁମ୍ଭକାର ସମାଜର ଗ୍ରାମ୍ୟ କମିଟୀ ଗଠନ ଓ ଇଷ୍ଟଦେବୀଙ୍କ ପୂଜାନୋତ୍ସବ ପାଇଁ କଳସ ଶୋଭାଯାତ୍ରା।** କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ

କଣ୍ଟାମାଳ, ୧୬/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତର ମଲିକୁଦ ଗ୍ରାମରେ ଶନିବାର ଆଞ୍ଚଳିକ କୁମ୍ଭକାର ସଂଘ ସଭାପତି ସଦାଶିବ ରଣାଙ୍କ ଅଧକ୍ଷତାରେ ଗ୍ରାମ୍ୟ କମିଟି ପୁନଃଗଠନ ଅନୁଷ୍ଠିତ ହୋଇଯାଇଛି। ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ଇତିହାସରେ କୁମ୍ଳକାର ଜାତିର ପ୍ରଥମ ବିଧାୟକ ଭାବେ ସ୍ଵର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇଥିବା ତଥା କୁମ୍ଭକାର ଜାତିର ଗର୍ବ ତଥା ମଉଡମଣୀ ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କଂଟାମାଳ ବିଧାୟକ ମହିଧର ରଣା ଯୋଗ ଦେଇଥିଲେ ଓ ସଂଘର ବୈଠକରେ ସମସ୍ତ ଉପସ୍ଥିତ ଜାତି ଭାଇଙ୍କୁ ନିଜର ବୃତ୍ତି ଓ ସାଂସ୍କୃତିକୁ ବଜାୟ ରଖିବାକୁ ନିବେଦନ
କରିଥିଲେ ଏବଂ କୁମ୍ଭକାରଙ୍କ ଉନ୍ନତି ପାଇଁ ଓଡିଶା ସରକାର ବିଭିନ୍ନ ଯୋଜନାମାନ କରିଛନ୍ତି। ଏଥିରୁ ସମସ୍ତେ ସଂଶ୍ଳିଷ୍ଟ ହେବା ଦରକାର। ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ଇଷ୍ଟଦେବୀଙ୍କ ପୂଜାନୋତ୍ସବ ନିମନ୍ତେ ହେବାକୁଥିବା ନାମ ସଂକୀର୍ତ୍ତନ ସକାଶେ ନିକଟସ୍ଥ ତେଲ ନଦୀରୁ ମହିଳାମାନଙ୍କ ଦ୍ଵାରା ଜଳପୂର୍ଣ୍ଣ କଳସ ଶୋଭାଯାତ୍ରା ଘଣ୍ଟ, ଶଙ୍ଖ,ନାମ ସଂକୀର୍ତ୍ତନ୍ୟରେ ଗ୍ରାମ୍ୟ ପରିକ୍ରମା କରି ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। l ଏହି କଳସ ଯାତ୍ରାରେ କଣ୍ଟାମାଳ ବିଧାୟକ ଯୋଗ ଦେଇ ଗ୍ରାମ ପରିକ୍ରମା କରିଥିଲେ l କୁମ୍ଭକାର ସାଂଗଠନିକ ସଭାରେ ଆଖପାଖ ଗ୍ରାମର ଶତାଧିକ ଜାତି ଭାଇ ସାମିଲ ହୋଇଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ