LIVE TV
କମ୍ବଳ ବଣ୍ଟନ କରି ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ କଲେ ସମ୍ବଲପୁରୀ ବସ୍ତ୍ର ବ୍ୟବସାୟୀ ଗୁଣନିଧି ମେହେର।

ବୌଦ୍ଧ-୧୬-୧୨ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ବଉଦିଆପଡାର ସମ୍ବଲପୁରୀ ବସ୍ତ୍ର ବ୍ୟବସାୟୀ ଗୁଣନିଧି ମେହେର ନିଜର ୪୬ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଶ୍ରୀମେହେର ଶନିବାର ଦିନ ବହିରା ପଞ୍ଚାୟତର ମନକାମନ ଗ୍ରାମରେ ପହଞ୍ଚି ୫୫ଜଣ ବୟସ୍କ ଲୋକଙ୍କୁ ଗୋଟିଏ ଲେଖାଏଁ କମ୍ବଳ ଦେବା ସହିତ ମିଷ୍ଟାନ୍ନ ଓ ଦକ୍ଷିଣା ମଧ୍ୟ ପ୍ରଦାନ କରିଥିଲେ। ଏଥିରେ ତାଙ୍କ ପତ୍ନୀ ପଦ୍ମିନୀ ମେହେର, ଝିଅ ଖୁସି ଓ ବଡଭାଇ ରଘୁନାଥ ମେହେର
ସହଯୋଗ କରିଥିଲେ। ଏଅବସରରେ ଗ୍ରାମବାସୀ ମାନେ ନିଜ ତରଫରୁ ଗୁଣନିଧି ଓ ତାଙ୍କ
ପତ୍ନୀଙ୍କ ଅଙ୍କିତ ହୋଇଥିବା ଫଟୋଚିତ୍ରକୁ ଗୁଣନିଧିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।