LIVE TV

ପୁରୀ ଶ୍ରୀମନ୍ଦିର ର ଚାରିଦ୍ୱାର ଖୋଲିବାକୁ ଜଗତସିଂହପୁର ରେ ଜୋର ଧରିଲା ଆନ୍ଦୋଳନ !


ଜଗତସିଂହପୁର –:: ଦିନକୁ ଦିନ ପୁରୀ ଶ୍ରୀମନ୍ଦିର କୁ ନେଇ ରାଜ୍ୟସାରା ପ୍ରତିବାଦ ଆନ୍ଦୋଳନ ବଢ଼ି ବଢ଼ି ଚାଲିଛି ! କାହିଁକି ଖୋଲା ଯାଉନି ଶ୍ରୀମନ୍ଦିରର ଚାରିଦ୍ୱାର ?
କାହିଁକି ଖୋଲାଯାଉନି ରତ୍ନଭଣ୍ଡାର ?? କାହିଁକି ହନ୍ତସନ୍ତ ହେଉଛନ୍ତି ଦର୍ଶନାଭିଳାଷୀ ଭକ୍ତମାନେ ??? ଦିନକୁ ଦିନ ବୃଦ୍ଧି ପାଉଛି ଭକ୍ତ ଅସନ୍ତୋଷ ! ଏହି ବିଷୟରେ ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ଠାରୁ ପୁରୀ ଠାକୁରରାଜା ଦିବ୍ୟସିଂହ ଦେବ ଙ୍କ ଯାଏ କାହିଁକି ସମସ୍ତେ ନିରବ ??? ଏହାର ରହସ୍ୟ ଜଣା ପଡୁନି କାହିଁକି ??? ଯୋଉଁଥିପାଇଁ ରାଜ୍ୟସାରା ଆନ୍ଦୋଳନାତ୍ମକ ପ୍ରତିବାଦ ଜାରି ରହିଛି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡିଛି ! ଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାର ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନର ଆହ୍ୱାନରେ ସ୍ଥାନୀୟ ସିଦ୍ଧ ବାରଙ୍ଗ ପୀଠରେ ଏକ ଆନ୍ଦୋଳନ ପ୍ରଦର୍ଶନ କରାଯାଇଥିଲା ! ଏହାର ନେତୃତ୍ୱ ନେଇଥିଲେ ଶ୍ରୀଜଗନ୍ନାଥ ସେନା ର ଆବାହକ ଶ୍ରୀଯୁକ୍ତ ପ୍ରିୟ ଦର୍ଶନ ପଟ୍ଟନାୟକ ! ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ମହଜୁଦ ସମ୍ପଦକୁ ସୁରକ୍ଷିତ ରଖିବା, ରତ୍ନଭଣ୍ଡାର ର ମରାମତି କରିବା, ଭକ୍ତମାନଙ୍କୁ ଶୃଙ୍ଖଳିତ ଭାବେ ଶ୍ରୀଜୀଉ ଙ୍କର ଦର୍ଶନ କରାଇବା,ଆଦି ଦାବୀ ଉପସ୍ଥିତ ଗଣମାଧ୍ୟମଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିବା ସହିତ ସୌନ୍ଦର୍ଯ୍ୟକରଣ ଓ ପ୍ରଶସ୍ତିକରଣ ନାମରେ ଓଡ଼ିଶାର ବିଭିନ୍ନ ଦେବଦେବୀ ମଠ ମନ୍ଦିର ଆଧ୍ୟାତ୍ମିକତାକୁ ଶ୍ରୀହୀନ ନକରିବାକୁ ମଧ୍ୟ ଦାବୀ ଜଣାଇଥିବାର ଦେଖାଯାଇଥିଲା !ପୁରୀର ବରିଷ୍ଠ ନାଗରିକ ମଞ୍ଚ ଓ ସଂଗଠନ ତରଫରୁ ସନ୍ତୋଷ କୁମାର ରାଉତ, ମନୋଜ କୁମାର ମହାପାତ୍ର,ପ୍ରଫୁଲ୍ଲ କୁମାର ବେହେରା, ନୃସିଂହ ଚରଣ ପଣ୍ଡା ସମେତ ଜଗତସିଂହପୁର ରୁ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ତିଳୋତ୍ତମା ଦାଶ,ଅରୁଣ କୁମାର ପାଣି,ତପନ ରାଉତରାୟ,ଜ୍ୟୋତି ରଞ୍ଜନ ପରିଡା, ଅକ୍ଷୟ କୁମାର ଦାସ,ଶୁଭଙ୍କର ଜେନା, ପ୍ରତାପ କୁମାର ସିଂହ,ଦୀପକ ମହାନ୍ତି, ସରୋଜ ସାହୁ,ମାନସ କାନୁନଗୋ, ବେଣୁଧର ନାୟକ, ମାନସ ସ୍ୱାଇଁ ପ୍ରମୁଖ ଶତାଧିକ ସମର୍ଥକ ଉପସ୍ଥିତ ଥିବାବେଳେ ଜଗତସିଂହପୁର ଜିଲ୍ଲା ତରଫରୁ ଜଗନ୍ନାଥ ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା ! ଏହି ସମସ୍ତ କାର୍ଯ୍ୟକ୍ରମ କୁ
ବରିଷ୍ଠ ସମାଜସେବୀ ସରୋଜ ନାୟକ ପରିଚାଳନା କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button