LIVE TV

ଯୌତୁକ ପ୍ରଥା ଏକ ସାମାଜିକ କଳଙ୍କ, ଜନ ସଚେତନତା ପଦ ଯାତ୍ରା ଓ ପଥ ପ୍ରାନ୍ତ ସଭା

 

ଆଜି ଛତିଆ ମହାପୁରୁଷ ହାଡ଼ିଦାସ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ମୋ ଓଡିଶା ଯୁବ ଓଡିଶା କ୍ରମରେ ଯୌତୁକ ପ୍ରଥା ଏକ ସାମାଜିକ କଳଙ୍କ ଜନ ସଚେତନତା ପଦ ଯାତ୍ରା ଓ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଅଛି, ଛାତ୍ର ଛାତ୍ରୀ ମାନେ ହାତରେ ଫ୍ଲାଗ ଗାର୍ଡ ବ୍ୟାନର ଧରି ବିରାଟ ଶୋଭା ଯାତ୍ରା ରେ ସୋଲର ପଂଚାୟତ ଓ ଛତିଆ ବଜାର ପରିକ୍ରମା କରିଥିଲେ, ମାଇକ ମାଧ୍ୟମରେ ସ୍ଲୋଗାନ ଦେଇ ଚାଲିଥିଲେ ଯୌତୁକ ପ୍ରଥା ହଟୁ ଦେଶରୁ, ନାରୀ ମାନେ ହୁଅନ୍ତୁ ସଶସ୍ତ୍ରୀ କରଣ, ସୋଲର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ପଥ ପ୍ରାନ୍ତ ସଭା ର ଆୟୋଜନ କରାଯାଇଥିଲା, ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ବଳରାମ ସାହୁ ଏଥିରେ ଅଧକ୍ଷତା କରିଥିଲେ, ନୋଡାଲ ଅଫିସର ଅଧ୍ୟାପକ ଚକ୍ରଧର ନାୟକ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ବରିଷ୍ଠ ଅଧ୍ୟାପକ ମନୋଜ ମିଶ୍ର ପୁଷ୍ପଲତା ସାମଲ ସୋଲର ପଂଚାୟତ ର ମୁରବି ତଥା ଛତିଆ କଲେଜର ପ୍ରାକ୍ତନ ସମ୍ପାଦକ ମାଧବାନନ୍ଦ ମହାପାତ୍ର ସମିତି ସଭ୍ୟ ସଞ୍ଜୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଯୌତୁକ ପ୍ରଥା ଏକ ସାମାଜିକ କଳଙ୍କ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ, ସରୋଜ ସିଂହଶରତ ପାଣିଗ୍ରାହୀ ସରୋଜ ସାହୁ ଅମର ବିଶ୍ୱାଳ ପୁର୍ଣ ଚନ୍ଦ୍ର ସାହାଣୀ ଗଜେନ୍ଦ୍ର ପଲେଇ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button