LIVE TV

ସିଣ୍ଢୋଳ ଆଞ୍ଚଳିକ କଲେଜରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଉଲୁଣ୍ଡା 16/12 ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ କଲେଜରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଯୁକ୍ତ ତିନି ଅଧ୍ୟକ୍ଷ ପବିତ୍ର ବାରିକ ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ଶିରିସ କୁମାର ଦାଶଙ୍କ ସଭାପତିତ୍ବରେ ଏହି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ 100ମି ଦୈଡ,200ମି ଦୌଡ଼, ସଟ୍ ଫୁଟ୍, ଡିସକସ୍, ଲମ୍ବ ଡିଆଁ, ଉଚ୍ଚ ଡିଆଁ,ଆଦି ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁକ୍ତ ଦୁଇ ବିଭାଗ ରେ ଉତ୍ତମା ବେଟକାର,ଆର୍ଦଶ କୁମାର ମେହେର ଓ ଯୁକ୍ତ ତିନି ବିଭାଗ ରେ ଜିତା ପାତ୍ର, ପଦାର୍ଥ ବଘାର ଚାମ୍ପିଅନ ହୋଇଥିଲେ। ଏଥିରେ ଅଧ୍ୟାପକ ସମିର ସାହୁ,ସଚିନ୍ଦ୍ର ଭୁକ୍ତା,କୁଳମଣି ସାହୁ, ନାରାୟଣ ବଗର୍ତ୍ତି, ଶ୍ରୀକାନ୍ତ ରଣା,ସମିର ପଧାନ,ଅଜିତ ମେହେର, ଧରିତ୍ରୀ ବିଶ୍ଵାଳ ସହଯୋଗ କରିଥିଲେ।ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button