ପଲସଗୋରାରେ ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


କଣ୍ଟାମାଳ, ୧୬/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧଜିଲ୍ଲା କଣ୍ଟlମାଳ ନିର୍ବାଚନମଣ୍ଡଳୀର ପଲସାଗୋରା କଲ୍ୟାଣମଣ୍ଡପଠାରେ ଶନିବାର ବିଜେଡିର ପଂଚାୟତସ୍ତରୀୟ ସକ୍ରିୟକର୍ମୀଙ୍କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିରକୁ ଅlନୁଷ୍ଠାନିକ ଭାବେ ବୌଦ୍ଧ ଜିଲ୍ଲା ବିଜେଡି ସଭାପତି, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା ଯୋଗଦେଇ ଦ୍ବୀପ ପ୍ରଜ୍ଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ।ପରେ ଶିବିରରେ ଉପସ୍ଥିତ ବିଜେଡି କର୍ମୀଙ୍କୁ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ସୁଦୃଢ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଚ ଓ ବିକାଶ ମୂଳକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ l ତିନିଦିନ ଧରି ଚାଲିବାକୁ ଥିବା ଏହି ଶିବିରର ପ୍ରଥମଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟମାଳ,ଖଲିଆପାଲି, ଦପଲା,ଲମ୍ବସରି, ଯୋଗୀନ୍ଦ୍ରପୁର,ଶିମିଳିପଦର, ମନମୁଣ୍ଡା,ଶୁଣ୍ଡିପଦର,ବିଳାସପୁର,ଗୁଡଭେଳିପଦର, ବରଗୋଚ୍ଛା,ଗୁନ୍ଦୁଳିଆ ଆଦି ବାର ଗୋଟି ଗ୍ରାମପଞ୍ଚାୟତର ସକ୍ରିୟ ବିଜେଡି କର୍ମୀମାନେ ଶିବିରରେ ଯୋଗଦେଇ ତାଲିମ ନେଇଥିଲେ l ପୂର୍ବତନ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ରାଜ୍ୟ ସାଧାରଣ ସମ୍ପାଦକ ମନୋରଞ୍ଜନ ସ୍ୱାଇଁ ମୁଖ୍ୟ ତାଲିମଦାତା ଭାବେ ଯୋଗଦେଇ କର୍ମୀମାନଙ୍କୁ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଇବା ଓ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଉପରେ ତାଲିମ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ସହ-ପର୍ଯ୍ୟବେକ୍ଷକ ସୁବୋଧ ପ୍ରଧାନ, ପୂର୍ବତନ କଣ୍ଟାମାଳ ବିଧାୟକ ଭଗବାନ କହଁର,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ମହାକୁଡ଼,ବ୍ଲକ ବିଜେଡି ସଭାପତି ପ୍ରେମରାଜ ରଣା, ଯୁବ ବିଜେଡି ସଭାପତି ତଥା କନ୍ଧମାଳ ସାଂସଦ ପ୍ରତିନିଧି ଶମ୍ଭୁ ପ୍ରସାଦ ସାହୁ, ବୌଦ୍ଧ ବ୍ଲକ ସଭାପତି ବାଳମୁକୁନ୍ଦ ମେହେର, ଚିତ୍ତ କର୍ଣ୍ଣ, ପ୍ରଭାତ ପ୍ରଧାନ, ମହିଳା ଜିଲ୍ଲା ଉପସଭାପତି ମମତା ପ୍ରଧାନ, ଅମର ପ୍ରଧାନ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ସଂଗଠକ ପ୍ରଶାନ୍ତ ରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରାଧାବଲ୍ଲଭ ପ୍ରଧାନ, ପଞ୍ଚାନନ ସାହୁ, ସନ୍ତୋଷ ଦନ୍ତା, ଶତ୍ରୁଘନ ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




