LIVE TV

ନକଲି ସୁନା ଶଙ୍ଖ ବ୍ୟବସାୟ ରେ 4ଗିରଫ!

ନକଲି ସୁନା ଶଙ୍ଖ ର ବ୍ୟବସାୟ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହି ବ୍ୟବସାୟ ରେ କିଛି ଲୋଭି ବ୍ୟବସାୟୀ ରାତା ରାତି ଧନୀ ହେବା ଆଶାରେ ନକଲି ସୁନା ଶଙ୍ଖ କିଣା ବିକା କରି ଲାଭବାନ ହେବା ପାଇଁ ଉଦ୍ୟମ କରନ୍ତି କିନ୍ତୁ ବେଳେ ବେଳେ ପୋଲିସ ର ହାତରେ ଧରାପଡି ଜେଲ ମଧ୍ୟ ଯାଇଥାନ୍ତି!ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ!
ସୂଚନା ଅନୁଯାଇ :2021ମସିହାରେ ପୁରୀ ଜିଲ୍ଲା ର ଅଲିବାଢ ଗ୍ରାମର ରାଜେଶ ପଲାଇ ନାମକ ଯୁବକ ବ୍ରହ୍ମପୁର ଠାରେ ଏକ ଇଣ୍ଟରଭିଉ ଦେବାକୁ ଯାଇଥିବା ବେଳେ ସେଠାରେ ଏକାମା ଗ୍ରାମ ର ପଲ୍ଲଭ ବୋଲି ଜଣେ ଯୁବକ ସହ ମିତ୍ରତା ହୋଇଥିଲା!ଏଭଳି ମିତ୍ରତା ରେ ଗତ 18/10/2023ମସିହାରେ ପଲ୍ଲଭ ରାଜେଶ କୁ ଫୋନ କରି ପୁରୀ କୁ ଯାଇଥିଲା ଏବଂ ସେ ରାଜେଶ ଘରେ ଦୁଇ ଦିନ ରହିବା ପରେ ରାଜେଶ ଓ ପଲ୍ଲଭ ଏକାମା ଗାଁ କୁ ଫେରି ଆସିଥିଲେ!ସେଠାରେ ପଲ୍ଲଭ ରାଜେଶ କୁ ଏକ ସୁନା ର ଶଙ୍ଖ ଦେଖାଇଥିଲା ଏବଂ ଉକ୍ତ ଶଙ୍ଖ କୁ 3ଲକ୍ଷ ଟଙ୍କାରେ ବିକ୍ରୟ କରାଯିବ ବୋଲି କହିଥିଲା!ଏହା ଦେଖି ରାଜେଶ ନିଜ ବାପାକୁ 3ଲକ୍ଷ ଟଙ୍କା ସହ ଉମରକୋଟ ଆସିବାକୁ କହିଥିଲା!ରାଜେଶ ର ବାପା 3ଲକ୍ଷ ଟଙ୍କା ଧରି ଉମରକୋଟ ଆସିଲେ ଏବଂ ସେହି ଟଙ୍କା ପଲ୍ଲଭ କୁ ଦେଇ ଉକ୍ତ ସୁନା ଶଙ୍ଖ କୁ ନିଜ ସାଥିରେ ନେଇଯାଇଥିଲେ!ପରେ ସେମାନେ ଜାଣିବାକୁ ପାଇଲେ ଯେ ସେହି ଶଙ୍ଖ ସୁନା ର ନୁହଁ ତାଙ୍କୁ ଠକି ଦେଇ 3ଲକ୍ଷ ଟଙ୍କା ହଡପ କରାଯାଇଛି ବୋଲି 4/11/2023ରେ ଏକ ଲିଖିତ ଅଭିଯୋଗ ଉମରକୋଟ ଥାନାରେ ଦେଇଥିଲେ!ଉକ୍ତ ଲିଖିତ ଅଭିଯୋଗ କୁ ଭିତ୍ତି କରି ଏସ ଆଇ ସନ୍ତୋଷ ମାଝୀ ତଦନ୍ତ ଆରମ୍ଭ କରିଥିଲେ!ଶେଷରେ ଉମରକୋଟ ପୋଲିସ କୁ ସଫଳତା ମିଳିଥିଲା!ସେହି ସୁନା ଶଙ୍ଖ ର ଠକ ମାନଙ୍କୁ ଗତକାଲି ଗିରଫ କରାଯାଇଛି!ଏବଂ କେସ ନଂ 288/23,IPC ଧାରା 420/506/34ରେ କୋର୍ଟ ଚାଲାଣ କରାଯାଇଛି!ଅଭିଯୁକ୍ତ ମାନେ ହେଲେ ଉମରକୋଟ ଶିବାଜୀ ନଗର ର ଛବିନ୍ଦ୍ର ସାହୁ, ଜାମଗୁଡା ର ଗଣେଶ ପନକା, ଆମଗାଁ ର କ୍ରିଷ୍ନା ପନକା, ମାଝୀଗୁଡା ର ହୀରାସିଂ ହରିଜନ ଏବଂ ସେମାନଙ୍କ ଠାରୁ 2ଟି ନକଲି ସୁନା ଶଙ୍ଖ, ନଗଦ 40ହଜାର ଟଙ୍କା, OD02PR 9940ଗାଡି ନଂ ଥିବା ଏକ ହୁଣ୍ଡାଇ i10 କାର,2ଟି ଛୁରୀ, ଗୋଟିଏ ଡ୍ରିଲ ମେସିନ ଓ 4ଟି ମୋବାଇଲ ଜବତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ ପ୍ରକାଶ କରିଛନ୍ତି!

ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button