ବାଘ ନଦୀକୁଳ ପଥର ପ୍ୟାଚିଂ କାମରେ ଦୁର୍ନୀତିର ଗନ୍ଧ ନଦୀଗର୍ଭରେ ବ୍ଳାଷ୍ଟିଂ କରି ପଥର ଉତ୍ତୋଳନ।


ବୌଦ୍ଧ-୧୬-୧୨ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ନିକଟ ବାଘନଦୀ ହୁଡାରେ ଗତ ମେ ମାସ ଠାରୁ ପଥର ପ୍ୟାଚିଂ କାମ ଚାଲୁ ରହିଛି। ବନ୍ୟା ଦାଉରୁ ରକ୍ଷା ଓ ନଦୀକୂଳ ସୁରକ୍ଷା ଦୃଷ୍ଟିରୁ ଏହି କାମ କରାଯାଉଛି ବୋଲି କୁହାଯାଉଛି। ତେବେ ଏହି ପଥର ପ୍ୟାଚିଂ କାମକୁ ଅନୁଧ୍ୟାନ କଲେ କେବଳ ଠିକାଦାର ପୋଷା ନୀତିରେ କାମ କରାଯାଉଥିବା ଭଳି ଅନୁମାନ ହେଉଛି। କାରଣ ନଦୀର ଗଭୀରତା ତୁଳନାରେ ଯଥେଷ୍ଟ କମ ଉଚ୍ଚତାରେ ପଥର ପ୍ୟାଚିଂ ହେଉଅଛି। ତେଣୁ ଯେଉଁ ଉଦ୍ଦେଶ୍ୟରେ ଏହି କାମ କରାଯାଉଛି ସେହି ଉଦ୍ଦେଶ୍ୟ ପୂରଣ ହେବାନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି କାମ କେଉଁ ବିଭାଗ ପକ୍ଷରୁ କେତେ ଟଙ୍କା ବ୍ୟୟ ଅଟକଳରେ କରାଯାଉଛି ସୂଚନା ଫଳକ ନଥିବା ଯୋଗୁଁ ତାହା ଜାଣିହେଉ ନାହିଁ। ତେଣୁ ଏହି କାମରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରିହୋଇ ପଡୁଛି। କାମ ଆରମ୍ବ ଦିନ ଠାରୁହିଁ ସନ୍ଦେହ ଜନକ ପରିସ୍ଥିତି ସୃଷ୍ଟି କରିଛି। ନଦୀହୁଡାରେ ଯେଉଁ ପଥର ସବୁ ପ୍ୟାଚିଂ କରାଯାଉଛି ସେସବୁକୁ ପ୍ରଥମେ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଘୁଘୁରମୁଣ୍ଡା ନିକଟ ଜଙ୍ଗଲ ଜମିରୁ ବ୍ଲାଷ୍ଟିଂ ଦ୍ୱାରା ଉତ୍ତୋଳନ କରାଯାଇ ହାଇୱାରେ ରାତିରେ ଏଠାକୁ ଅଣାଯାଉଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପଥର ଚାଲାଣ ବନ୍ଦ ହୋଇଯାଇଥିଲା। ଏବେ ପୁଣି ଏହି ଅନାମୀ ଠିକା ସଂସ୍ଥା ଦ୍ୱାରା ମାଛ ତେଲରେ ମାଛ ଭାଜିବା ଭଳି ନଦିଗର୍ଭର ପଥର ସବୁକୁ ପ୍ୟାଚିଂ କାମରେ ଲଗାଇବା ଉଦ୍ଦେଶ୍ୟରେ ବ୍ଳାଷ୍ଟିଂ କରି ଉତ୍ତୋଳନ କରାଯାଉଛି। ପଥର ସବୁକୁ ବିସ୍ପୋରଣ ଦ୍ୱାରା ଭଙ୍ଗା ଯାଉଥିବାରୁ ନଦିଗର୍ଭ ପୁରା ଖିନଭିନ ହେବା ସହ ଅତି ନିକଟରେ ଥିବା ସେତୁ ପ୍ରତି ମଧ୍ୟ ବିପଦ ସୃଷ୍ଟି କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ବେଆଇନ କାର୍ଯ୍ୟକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନଦୀଗର୍ଭରେ ଏଭଳି ବେଆଇନ ବ୍ଳାଷ୍ଟିଂ ବନ୍ଦ କରାନଗଲେ ଆଗାମୀ ଦିନରେ ଏନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଘ କହିଛ ବୌଦ୍ଧ ରୁ ଉମାକାନ୍ତ ମହାକୁଲ୍ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




