ଶ୍ରୀମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତ୍ରିଦିବସୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ


ତିର୍ତ୍ତୋଲ –::ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣବତ୍ତା ର କ୍ରମବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୁବ ଓଡିଶା ନବୀନ ଓଡିଶା ର ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ମହାବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ଦକ୍ଷତା ପ୍ରଦର୍ଶନ ଚାଲୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ଅଧୀନ ଦଶମାଣକୁଳ ଶ୍ରୀ ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷା ଶ୍ରୀମତୀ ମେଘମାଳା ସ୍ୱାଇଁ ଙ୍କ ତତ୍ୱାବଧାନରେ ତିନିଦିନ ଧରି ଅନୁଷ୍ଠିତ
ହେଇଆସୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ଉଦଯାପନୀ ଦିବସ ! ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗୋଲି ଓ ଝୋଟି ଚିତ୍ର, ନୃତ୍ୟ, ସଂଗୀତ, ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି !ତିନିଦିନ ଧରି ଚାଲୁଥିବା ଉକ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ପରିଚାଳନା କରିଥିବା ବେଳେ ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ମାଧବ ଚରଣ ବେହେରା,ଅଧ୍ୟାପକ ରବୀନ୍ଦ୍ର କୁମାର କାନୁନଗୋ,ଅଧ୍ୟାପିକା କାଞ୍ଚନବାଳା ସେନାପତି,ଅଧ୍ୟାପିକା ଅମିତା ମହାପାତ୍ର,ଅନ୍ନପୂର୍ଣ୍ଣା ପରିଜା, ଶରତ ମହାପାତ୍ର,ଅଭୟ ଆଚାର୍ଯ୍ୟ,ରେଣୁବାଳା ବେହେରା,ମନୋଜ ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ !ଶ୍ରୀମତୀ ଗାୟତ୍ରୀ ଆଚାର୍ଯ୍ୟ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




