ଝଙ୍କଡ଼ବାସିନୀ ମା’ ଶାରଳାଙ୍କୁ ଦର୍ଶନ କଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ !


ତିର୍ତ୍ତୋଲ –: ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଜଗତସିଂହପୁର ଜିଲ୍ଲାର ଗ୍ରସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଆସି ଶୁକ୍ରବାର ଦିନ ମଧ୍ୟାହ୍ନରେ ଝଙ୍କଡ ର ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳା ଠାକୁରାଣୀଙ୍କର ପରିଦର୍ଶନ କରିବା ସହିତ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରି, ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ପରିପ୍ରେକ୍ଷୀରେ ମାଆଙ୍କ

ସେବାୟତ ମାନଙ୍କ ଦ୍ୱାରା ମାନ୍ୟବର ରାଜ୍ୟପାଳଙ୍କୁ ମାଆଙ୍କ ଆଜ୍ଞାମାଳ , ଉତ୍ତରୀୟ ଓ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା !ମନ୍ଦିର ର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ , ବରିଷ୍ଟ ସେବାୟତ ବିଶ୍ବରଂଜନ ରାଉଳ , ବିଜୟ କୁମାର ରାଉଳ, ହରେକୃଷ୍ଣ ନାୟକ , ତ୍ରିଲୋଚନ ରାଉଳ , ରମେଶ ଚନ୍ଦ୍ର ରାଉଳ ଓ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ରାଜ୍ୟପାଳଙ୍କୁ ମନ୍ଦିର ବେଢା ପରିକ୍ରମା କରାଇବା ସହିତ ପାର୍ଶ୍ଵ ଦେବଦେବୀଙ୍କର ଦର୍ଶନ କରାଇଥିଲେ । କେତେକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କାର ରେ ନିଜର ପ୍ରତିକ୍ରିୟା ଦେଇ ରାଜ୍ୟପାଳ ଭକ୍ତି ଗଦଗଦ ହୋଇ କହିଲେଯେ , ମୋର ପରମ ସୌଭାଗ୍ୟ,

ମା’ଶାରଳାଙ୍କ ଦର୍ଶନ ମିଳିଲା ! ମାଆଙ୍କ ପାଖରେ ଓଡିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରି, ପୂଜାର୍ଚ୍ଚନା କରିବା ସହିତ ଘରେ ଘରେ ସମସ୍ତେ ସପରିବାର ସୁଖଶାନ୍ତି ରେ ରୁହନ୍ତୁ ବୋଲି ମାଆଙ୍କ ନିକଟରେ ମାନ୍ୟବର ରାଜ୍ୟପାଳ ପ୍ରାର୍ଥନା କରିଥିବାର କହିଥିଲେ । ରାଜ୍ୟପାଳ ଏଠାରେ ପହଞ୍ଚିବା ପରେ ଜଗତସିଂହପୁର ଜିଲ୍ଲାର ଉପ ଜିଲ୍ଲାପାଳ ପ୍ରଦୀପ କୁମାର ଦାସ , ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର , ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା , ତିର୍ତ୍ତୋଲ ଏସ ଡି ପି ଓ ଚିନ୍ମୟ ରାଉତ, କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଭୋଳ , ସମାଜ ସେବୀ ଅଶୋକ କୁମାର ମହାନ୍ତି , ରଜନୀକାନ୍ତ ରାଉଳ , ସର୍ବେଶ୍ଵର ଭଟ୍ଟ , ସ୍ଵପ୍ନସରିତ ପରିଡ଼ା ଓ ପ୍ରକାଶ ଚନ୍ଦ୍ର ସିଂହ ପ୍ରମୁଖ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ବିଦାୟ ନେବା ପୂର୍ବରୁ ମହାମହିମ ରାଜ୍ୟପାଳ ମନ୍ଦିର ସମ୍ମୁଖସ୍ଥ ଓଡିଆ ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




