ଛତିଆ ପଶୁ ଡାକ୍ତର ଖାନା ରେ ଠିକ ସେବା ମିଳିପାରୁନାହଁ,


ଛତିଆ ପଶୁ ଡାକ୍ତର ଖାନା ରେ ଠିକ ସେବା ମିଳିପାରୁନାହଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ମେଡ଼ିସିନ ଯାହା ଏଠାକୁଗର୍ମେଣ୍ଟ ରୁ ସପ୍ଲାଏ ଆସୁଛି ତାହା ଚାଷୀ ଠିକସେ ପାଇପାରୁନାହାନ୍ତି, ଚାଷୀ ଙ୍କୁ କହୁଛନ୍ତି ଆମ ପାଖରେ ମେଡ଼ିସିନ କିଛି ଷ୍ଟକ ନାହିଁ ତୁମେ ମାର୍କେଟ ରୁ କିଣ, କୌଣସି ସିରିୟସ ରୋଗରେ ଗାଈ ଗୋରୁ ଆକ୍ରାନ୍ତ ହେଲେ ରାତି ଅଧରେ VAS କୁ ଫୋନ କଲେ ହଁ ଯାଉଛି କିମ୍ବା କାଲି ସକାଳେ ଜୀବି କହି ଫୋନ ସୁଇଜ଼ ଅଫ କରିଦେଉଛନ୍ତି, ତା ପରଦିନ ସକାଳେ ନିଜେ ନ ଯାଇ peon କୁ ପଠାଇ ଚିକିତ୍ସା କରାଯାଉଛି ବୋଲି ଦେଖିବାକୁ ମିଳୁଛି, ଚିକିତ୍ସା ର ଅବହେଳା ପାଇଁ ଏହି ଅଂଚଳ ରେ ଅନେକ ଗାଈ ଗୋରୁ ମୃତ୍ୟୁ ମୁଖରେ ପଡୁଥିବାର ନଜିର ରହିଛି, ଲୋକ ମାନଙ୍କୁ ବ୍ୟବହାର ଠିକ ସେ କରୁନାହାନ୍ତି ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି, ଏହି VAS ଅଧୀନ ରେ କଇଥା ବରୀ ଠେଙ୍ଗଡ଼ ବରୁଣିଆ ଶାଳପଡା ଓ ବନ୍ତଳା LI ସେଣ୍ଟର ରହିଛି, ସବୁ LI ସେଣ୍ଟର ରେ LI ମାନେ କେବଳ ଚିକିତ୍ସା କରୁଛନ୍ତି VAS ଙ୍କୁ ଦେଖିବା ସାତ ସପନ ପରି ଲାଗୁଛି, ଏ ସମ୍ପର୍କ ରେ VAS ଆର୍ଯ୍ୟ ପ୍ରକାଶ ପଣ୍ଡାତାଙ୍କ ପ୍ରତିକ୍ରିୟା ରେ କହିଛନ୍ତିରାତି ଅଧରେ ଫୋନ କଲେ ବି ମୁଁ ଯାଉଛି ଓ ଯେଉଁଠାକୁ ନ ଯାଇପାରୁଛି ତା ପର ଦିନ ସକାଳେ ଯାଇ ଚିକିତ୍ସା କରୁଛି, ମେଡ଼ିସିନ ଯାହା ଆମ ପାଖରେ ଷ୍ଟକ ଅଛି ଆମେ ଲୋକ ମାନଙ୍କୁ ଠିକ ସେ ଦେଉଛୁ, peon କୁ ପଠାଇ ଚିକିତ୍ସା କରାଯିବା କଥା ସେ ଅସ୍ବୀକାର କରିଛନ୍ତି,
ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




