ମଦର ବେପାରରୁ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ବିଜେଡି ସରକାର ବିରୋଧରେ ବିଜେପିର ପ୍ରତିବାଦ ସଭା.


ଭୁବନେଶ୍ୱର ଆଜି କଳ୍ପନା ଛକରେ ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ରାଜ୍ୟ ସରକାରଙ୍କ ଦ୍ୱାରା ବେଆଇନ ମଦ ଭାଟି ମାଲିକ ମାନଙ୍କ ଦ୍ୱାରା ଗରିବ ଆଦିବାସୀ ଲୋକଙ୍କୁ ମଦ ବେପାରକରୀ ଗାଁ ଗାଁରେ ଘରେ ଘରେ ମଦୁଆ ସୃଷ୍ଟି କରି କୋଟି କୋଟି ଟଙ୍କା କଳା ଧନ ରୋଜଗାର କରିଥିବା ବିଜେଡି ସରକାର

ବିରୋଧରେ ଏକ ପ୍ରତିବାଦ ଆୟୋଜନ ହୋଇଥିଲା. ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ପ୍ରତିବାଦ ସଭାରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ଯୁବ ଛାତ୍ର ଓ ମହିଳା କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ନିକଟରେ ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା 350 କୋଟିରୁ ଅଧିକ ଟଙ୍କା ବିଜେଡି ପଇସା ଓ ସେସବୁକୁ ଆସନ୍ତା ନିର୍ବାଚନ ବେଳେ ଭୋଟ କିଣାରେ ଖର୍ଚ୍ଚ କରିଥାନ୍ତା ବୋଲି ଅଭିଯୋଗ କରିଥିଲେ. ଟିଟିଲାଗଡ଼ର ଏକ ମଦ ଭାଟିରୁ ଜବତ ହୋଇଥିବା 500 କୋଟି ତାଙ୍କ ବିଜେଡି ର ଓ ସରକର 24 ବର୍ଷ ଭିତରେ ଓଡିଶାକୁ ମଦୁଆ ରାଜ୍ୟରେ ପରିଣତ କରିଛି, ଚାରିଆଡେ ମଦ ଦୋକାନ ଖୋଲିଛି କଂଗ୍ରେସ ଦଳ ସହ ଭିତିରି ସଂପର୍କ ରଖି ମଦ ବେପାର କରି ମଦ ପଇସାରେ ନିର୍ବାଚନ ଜିଣୁଛି ଓ ଲୋକ ମାନେ ଏହାର ଠିକ ଜବାବ ଦେବେ ବୋଲି କହିଛନ୍ତି ଭୁବନେଶ୍ୱର ବିଜେପି ସଭାପତି ବାବୁ ସିଂ. ମଦ

ମାଲିକ ଧୀରଜ ସାହୁ ନାମରେ ବିଜେଡି ପଇସା ଗଛିତ ରଖି ନବୀନ ବାବୁ ନୀଳ ବର୍ଣ୍ଣ ଶୃଗାଳ ରୋଲ କରୁଛନ୍ତି ଓ ଓଡ଼ିଶାରେ ମଦୁଆ ସୃଷ୍ଟି କରି ମା ମାନଙ୍କ ମଥାରୁ ସିନ୍ଦୁର ଲିଭାଦେଉଥିବାବେଳେ ମହିଳା ମାନେ ନବୀନ ବାବୁଙ୍କ ଅସଲ ରୂପ ଜାଣି ପାରୁ ନାହାନ୍ତି କିପରି, ନୀତି ନୈତିକତା କିଛି ନାହିଁ ନବୀନ ବାବୁ ଓ ତାଙ୍କ ସରକାର କେବଳ ପଇସା ବାଣ୍ଟି ନିର୍ବାଚନ ଜିଣୁଛନ୍ତି ଓ ଜବତ ହୋଇଥିବା 350କୋଟି ଟଙ୍କା ଭିତରେ 500ଟଙ୍କିଆ,200ଟଙ୍କିଆ ଆଉ 100ଟଙ୍କିଆ ନୋଟ ଥିବାରୁ ନିର୍ବାଚନ ପାଇଁ କାମରେ ଲାଗିଥାନ୍ତା ବୋଲି କହିଛନ୍ତି ବିଜେପି ମିଡ଼ିଆ ସେଲର ଅଧକ୍ଷା ତୃପ୍ତି ମୟୀ ମକଦମ. ସରକାର ଟିକେ ଟିକେ କଥାରେ ବିରୋଧୀଙ୍କ ଉପରେ ଇ ଓ ଡ଼ବ୍ଲୁ, ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ ତଥା ପୋଲିସ ଲଗାଇ ଦୁର୍ନୀତି ବିରୋଧରେ କାମ କରୁଛି ବୋଲି କହୁଛି ଏତେ ଟଙ୍କା ମଦ ଭାଟିରୁ କେମିତି ମିଳିଲା କୋଉଠୁ ଆସିଲା ଆମ ପୋଲିସ ଜାଣି ପାରିଲା ନାହିଁ କେମିତି ଓ ନବୀନ ବାବୁ ଚୁପ କାହିଁକି ଯଦି ସତସାହସ ଅଛି ତେବେ ସିବିଆଇ କୁ ଇନକୁଆରୀ କରିବାକୁ ଦିଅନ୍ତୁ ସକଥା ପଦାକୁ ଆସିବ ବୋଲି କହିଛନ୍ତି ବିଜେପିର ଟାଣୁଆ ନେତା ଜଗନ୍ନାଥ ପ୍ରଧାନ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




