ଉଲୁଣ୍ଡା ବ୍ଳକରେ ଚାଷୀଙ୍କ ମୁଗ ହଡପ


-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକରେ ଚାଷୀଙ୍କ ମୁଗ ହଡପ ହୋଇଛି। ଚାଷୀମାନେ ବାରମ୍ବାର କୃଷି କାର୍ଯ୍ୟାଳୟ ରୁ ମୁଗ ନ ପାଇ ଫେରୁଛନ୍ତି। ସରକାରଙ୍କ ତରଫରୁ ଚାଷୀମାନଙ୍କୁ ମୁଗ,ହରଡ,ବିରି,ଚନା ମାଗଣା ରେ ମିଳୁଥିବା ବେଳେ ଉଲୁଣ୍ଡା କୃଷି କାର୍ଯ୍ୟାଳୟ ରେ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ଏପରିକି ଚାଷୀଙ୍କ ସାର ଔଷଧ ଟଙ୍କା,ସବସିଡି ଟଙ୍କା ଆତ୍ମସାତ ହେଉଥିବା ଅଭିଯୋଗ ହେଉଛି।ପ୍ରକୃତ ଚାଷୀ ମୁଗ,ହରଡ କିଛି ପାଉନଥିବା ଅଭିଯୋଗ ହେଉଛି। ପ୍ରକୃତ ରେ ଚାଷୀଙ୍କ ମୁଗ ହଡପ କରୁଛନ୍ତି ଅସାଧୁ ବ୍ୟକ୍ତି।ଚାଷୀ ଙ୍କ ପ୍ରମାଣପତ୍ର ଥାଇ କିଛି ସୁବିଧା ପାଉ ନଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି।ଯାହା ଫଳରେ ଚାଷୀମାନେ ବାହାରୁ ମୁଗ ହରଡ ଚଢା ଦରରେ କିଣି ଚାଷ କରୁଥିବା ଦେଖିବାକୁ ମିଳୁଛି।ଯାହା ଫଳରେ ଚାଷୀମାନେ ଚିନ୍ତାରେ।ଏ ନେଇ ଚାଷୀମାନେ ମୁଗ ନପାଇ କୃଷି କାର୍ଯ୍ୟାଳୟ ରୁ ଫେରୁଥିବା ଦେଖିବାକୁ ମିଳୁଛି। ଅତିଶୀଘ୍ର ଚାଷୀଙ୍କୁ ମୁଗ,ହରଡ ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




