କୋଟସମଲାଇ ମଣ୍ଡିରୁ ଆରମ୍ଭ ହେଲା ନବନିର୍ମାଣର ମଣ୍ଡି ଚାଲ ଅଭିଯାନ

-୧୫/୧୨, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଧାନମଣ୍ଡିରୁ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ର ମଣ୍ଡି ଚାଲ ଅଭିଯାନ ଆରମ୍ଭ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାରଙ୍କ ନେତୃତ୍ବରେ ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ସଂଗଠନର ପ୍ରତିନିଧିମାନେ ଉଲୁଣ୍ଡା ବ୍ଲକ୍ ର କୋଟସମଲାଇ ମଣ୍ଡିରେ ପହଞ୍ଚିଥିଲେ। ସେହି ପଞ୍ଚାୟତର ଚାଷୀ ଭାଇମାନେ ସେଠାରେ ପହଞ୍ଚି ମଣ୍ଡିର ସମସ୍ୟା (ଭିତ୍ତି ଭୂମି, ଗୋଦାମ ଧର, ପର୍ଯ୍ୟାପ୍ତ ଛାଉଣୀ ପେଣ୍ଡାଲ) ଆଦି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ମାର୍କେଟ ୟାର୍ଡ ପାଇଁ ତୁରନ୍ତ ଜାଗା ଚିହ୍ନଟ କରିବା ପାଇଁ ସଂଗଠନର ପ୍ରତିନିଧିମାନେ ଆରଏମ୍ସି ସେକ୍ରେଟାରୀଙ୍କୁ ତାଗିଦ୍ କରିଥିଲେ। ପରେ ଚାଷୀଙ୍କ ଧାନକୁ ବିନା କଟନୀ, ଛଟନୀ ରେ ଉଠାଇବା ପାଇଁ ମିଲର୍ସମାନଙ୍କ ସହ ସଂଗଠନର ପ୍ରତିନିଧିମାନେ ଆଲୋଚନା କରିଥିଲେ। ଏହା ସହ ଚାଷୀମାନେ କିପରି ବସ୍ତା ପିଛା ଟଙ୍କା, ଟ୍ରାନ୍ସପୋର୍ଟ ଖର୍ଚ୍ଚ ଓ ମଣ୍ଡିରେ କିପରି ଭଲ ସମ୍ମାନ ପାଇବେ ସଂଗଠନର ପ୍ରତିନିଧି ଦଳ ଚାଷୀମାନଙ୍କୁ ସଚେତନ କରାଇଥିଲେ। ଆଗାମୀ ଦିନରେ ଉଲୁଣ୍ଡା ବ୍ଲକର ସମସ୍ତ ମଣ୍ଡି ସହ ଜିଲ୍ଲାର ଅନ୍ୟ ସବୁ ମଣ୍ଡିଗୁଡ଼ିକ ପରିଦର୍ଶନ କରି ଲୁଟ ପାଟ ର ପର୍ଦାଫାର୍ସ କରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ମିଲର୍ସ ଓ ବେପାରୀ ଙ୍କ ଏହି ଲୁଟ୍ ରେ ପ୍ରଶାସନ ଯେପରି ସାମିଲ ନହେଉ, ନହେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ସଂଗଠନ ଚେତାବନୀ ଦେଇଛି। ଏହି ଅବସରରେ ଚାଷୀମାନେ ଯୋଗ ଦେଇଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ