LIVE TV
ତିନୋଟି ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ , ଜଣେ ମୃତ, ଲକ୍ଷାଧିକ ଟଙ୍କାର ଆସବା ପତ୍ର ନଷ୍ଟ…

– ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କୁଞ୍ଜକାନ୍ତ ଉତ୍ତର ମଧୁବନରେ ଅଘଟଣ। ରୋଷେଇ ଘରେ ରୋଷେଇ କରିବା ସମୟରେ ଗ୍ୟାସ ଟାଙ୍କି ଫାଟି ଜଣେ ବ୍ୟକ୍ତି ମୃତ।ମୃତକ ହେଲେ ଶମ୍ଭୁ ପ୍ରସାଦ ରଥ।ଗ୍ୟାସ ଟାଙ୍କି ଫାଟିବା ଯୋଗୁଁ ଘରର କିଛି ଆସବାବପତ୍ର ମଧ୍ୟ ପୋଡି ଯାଇଥିବା ସୁଚନା।ଖବରପାଇ ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଶମ୍ଭୁ ପ୍ରସାଦ ଏକ ଇନସୁରାନ୍ସ କମ୍ପାନୀରେ କାମ କରୁଥିଲେ।ସେ ଡ୍ୟୁଟି ସାରି ଘରକୁ ଫେରି ରୋଷେଇ ଘରେ ରୋଷେଇ କରୁଥିଲେ। ଗ୍ୟାସ ସିଲିଣ୍ଡରରେ
ଲିକେଜ୍ ହେତୁ ହଠାତ ସିଲିଣ୍ଡର ବ୍ଲାଷ୍ଟ କରିଥିଲା। ପାଖରେ ଥିବା ଅନ୍ୟ ୨ଟି ସିଲିଣ୍ଡର ମଧ୍ୟ ବ୍ଲାଷ୍ଟ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶମ୍ଭୁପ୍ରସାଦଙ୍କର ମୃତ୍ୟୁ ହୋଇଛି । ସିଲିଣ୍ଡର ଫାଟିବା ପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍